ହୃଦଘାତରେ ପ୍ରସିଦ୍ଧ ସାଉଥ୍ ଅଭିନେତ୍ରୀ ଚିତ୍ରାଙ୍କ ଦେହାନ୍ତ
ମୁମ୍ବାଇ : ପ୍ରସିଦ୍ଧ ମାଲାୟାଲାମ ଅଭିନେତ୍ରୀ ଚିତ୍ରାଙ୍କର ୫୬ ବର୍ଷ ବୟସରେ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ମୃତ୍ୟୁକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ଚିତ୍ରା ୧୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିଛନ୍ତି। ବିଶେଷ କରି ଫିଲ୍ମ ‘ଗୋପାଲା ଗୋପାଲା’ରେ ତାଙ୍କର ଭୂମିକା ପାଇଁ ବେଶ୍ ଜଣାଶୁଣା । ନେଲ୍ଲନଇ ବିଜ୍ଞାପନ ଭାଇରାଲ ହେବା ପରେ ତାଙ୍କୁ ନେଲ୍ଲନଇ ଚିତ୍ରା ନାମ ଦିଆଯାଇଥିଲା। ଅନେକ ମହାନ ଫିଲ୍ମରେ ତାଙ୍କର ଦୃଢପ୍ରଦର୍ଶନ ସହିତ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ । ଚିତ୍ରା ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ପରି ଅନେକ ଦକ୍ଷିଣ ଭାରତୀୟ ଭାଷା ଫିଲ୍ମରେ ଅଭିନୟ କରିଥିଲେ । ମୋହନଲାଲ ଏବଂ ପ୍ରେମ ନଜିରଙ୍କ ପରି ସୁପରଷ୍ଟାର ଅଭିନେତାମାନଙ୍କ ସହ ସେ ସ୍କ୍ରିନ୍ ସେୟାର କରିଥିଲେ। ତାଙ୍କର ହଠାତ୍ ଦେହାନ୍ତ ତାଙ୍କ କଳାକାର ସାଥୀମାନଙ୍କୁ ଚକିତ କରିଛି। ସମସ୍ତେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
