ଆଜି ଦିନିକିଆ ରାୟଗଡା ଗସ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ରାୟଗଡା : ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରେଳ ଓ ସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଦିନିକିଆ ରାୟଗଡା ଜିଲା ଗସ୍ତରେ ଯାଏଛନ୍ତି । ଭୁବନେଶ୍ୱର ଠାରୁ ରେଳ ଯୋଗ ସେ ରାୟଗଡା ଠାରେ ପହଞ୍ଚିଛନ୍ତି ।
ରାୟଗଡା ରେଳ ଷ୍ଟେସନରେ ପହଞ୍ଚିବା ପରେ କିଛି ଯାତ୍ରୀ ସହିତ କଥା ହୋଇଥିଲେ । ଜିଲା ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ସର୍କିଟ ହାଉସ ଅଣାଯାଇଥିଲା । ସେ ବିଜେପି ପକ୍ଷରୁ ଆୟୋଜିତ ଜନ ଆଶୀର୍ବାଦ ରାଲିରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି । ସେହିଭଳି ସାଧାରଣ ଲୋକ ଓ ବିଭିନ୍ନ ସଂଗଠନ ସହ ମଧ୍ୟ ଆଲୋଚନା କରିବେ ।
