ବାଇଗଣ ରାଇତା
ସାମଗ୍ରୀ :
ଦହି – ୨୫୦ ଗ୍ରାମ
ବାଇଗଣ – ୨ ଟି
ତେଲ – ଭାଜିବା ପାଇଁ
ହେଙ୍ଗୁ – ଚିମୁଟାଏ
କଟା କଞ୍ଚା ଲଙ୍କା – ୨ ଟି
କଳା ସୋରିଷ – ୧/୨ ଛୋଟ ଚାମଚ
ଭଜା ଜିରା ଗୁଣ୍ଡ – ୧ ଛୋଟ ଚାମଚ
କଟା ଧନିଆ ପତ୍ର – ୧ ଟେବୁଲ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ ବାଇଗଣ କୁ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । କରେଇରେ ତେଲ ଦେଇ ଗରମ କରନ୍ତୁ । ଗରମ ତେଲରେ ବାଇଗଣ ଭାଜନ୍ତୁ । ଭଜା ବାଇଗଣକୁ କାଢି ଅଲଗା ରଖନ୍ତୁ । ଏବେ ଦହିରେ ଭଜା ବାଇଗଣ, କଟା କଞ୍ଚା ଲଙ୍କା ଓ ଲୁଣ ପକାଇ ମିଶାନ୍ତୁ । ତାପରେ ଏକ ତଡକା ପ୍ୟାନରେ ୧ ଛୋଟ ଚାମଚ ତେଲ ଦେଇ ଗରମ କରନ୍ତୁ । ଏଥିରେ ହେଙ୍ଗୁ ଓ କଳା ସୋରିଷ ଦେଇ ଫୁଟାନ୍ତୁ । ଏହାକୁ ଦହି ବାଇଗଣ ମିଶ୍ରଣରେ ପକାନ୍ତୁ । ଏବେ ଏଥିରେ ୧/୨ ଛୋଟ ଚାମଚ ଜିରା ଗୁଣ୍ଡ ଓ ଧନିଆ ପତ୍ର ପକାଇ ମିଶାନ୍ତୁ । ତାପରେ ବାଇଗଣ ରାଇତାକୁ ଗୋଟିଏ ପାତ୍ରରେ ଓହ୍ଲାଇ ଧନିଆ ପତ୍ରରେ ସଜାଇ ଫ୍ରିଜରେ ୩୦ ମିନିଟ ରଖନ୍ତୁ । ଏହି ଧଣ୍ଡା ବାଇଗଣ ରାଇତାକୁ ଗରମ ଭାତ ସହିତ ପରସନ୍ତୁ ।
‘ବାଇଗଣ ରାଇତା’ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
