ଚିକେନ୍ ହଲିମ
ସାମଗ୍ରୀ :
ଚିକେନ୍ (ବୋନ୍ ଲେସ) – ୩୫୦ ଗ୍ରାମ୍
ହଲିମ ଗହମ – ୨୦୦ ଗ୍ରାମ୍ (ବଜାର ରେ ମିଳେ ) Buy Now
ହରଡ଼ ଡାଲି – ୧/୩ କପ୍
ପିଆଜ଼ – ୩ ଲମ୍ବା କଟା
ଅଦା ବଟା – ୧ ଟେବୁଲ ଚାମଚ
ରସୁଣ ବଟା – ୧ ଟେବୁଲ ଚାମଚ
ଗରମ ସମଲା – ୨ ଚା’ ଚାମଚ
ଲାଲ ଲଙ୍କା ଗୁଣ୍ଡ – ୨ ଚା’ ଚାମଚ
ଧନିଆ ଗୁଣ୍ଡ – ୧ ଚା’ ଚାମଚ
ଖାଇବା ସୋଡ଼ା – ୧ ଚିମୁଟା
ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ
ରିଫାଇନ ତେଲ – ୪ ଟେବୁଲ ଚାମଚ
ଧଣିଆ ପତ୍ର – ୧/୨ କପ୍
ପୁଦିନା ପତ୍ର – ୧/୨ କପ୍
କଞ୍ଚା ଲଙ୍କା – ଅଳ୍ପ
ଜୀରା – ୧ ଚା’ ଚାମଚ
ଲେମ୍ବୁ – ୩ ଟି (ଚାରି ଫାଳ କଟା )
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ପ୍ରଥମେ କୁକର୍ ରେ ୨ ଟା ସିଟି ମାରି ହଲିମ ଗହମ କୁ ସିଝାନ୍ତୁ । ହରଡ଼ ଡାଲିକୁ ଗ୍ରାଇଣ୍ଡ୍ କରି ସେଥିରେ ୨ କପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ଗୋଟେ ପ୍ୟାନ ରେ ତେଲ ଗରମ କରି ସେଥିରେ ଚିକେନ, ରସୁଣ ଅଦା ବଟା , ଗରମ ସମଲା , ହଳଦୀ ଗୁଣ୍ଡ ,ଲାଲ ଲଙ୍କା ଗୁଣ୍ଡ ,ଧନିଆ ଗୁଣ୍ଡ , ଲୁଣ ପାଣି ଦେଇ ମାଧ୍ୟମ ଆଞ୍ଚ ରେ ଭଲକି ସିଝାନ୍ତୁ । ଆଉ ଏକ ପାତ୍ର ରେ ପାଣି ଦେଇ ଭିଜା ଯାଇଥିବା ହଲିମ ଗହମ, ଅଳ୍ପ ଲୁଣ ରେ ସିଝାନ୍ତୁ । ଟିକେ ସିଝିଗଲେ ସେଥିରେ ସୋଡ଼ା ପକାଇ ୧୫- ୨୦ ମିନିଟ୍ ପର୍ଯ୍ୟନ୍ତ ଆଞ୍ଚ ରେ ବସାନ୍ତୁ । ଏବେ ହଲିମ ଗହମ କୁ ଚିକେନ୍ ରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ବାରାମ୍ବାର ଗୋଳାଇ ଥିବେ ଯେମିତି ହଲିମ ଗହମ ଭଲକି ଚିକେନ୍ ସହ ମିଶିଯିବ । ପେଷ୍ଟ ହୋଇଥିବା ହରଡ଼ ଡାଲି କୁ ମିଶାନ୍ତୁ ଓ ଭଲକି ଗୋଳାଇ ଦିଅନ୍ତୁ । ଧିମା ଆଞ୍ଚ ରେ ୩୦- ୪୦ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ । ଆଉ ଏକ ପ୍ୟାନ୍ ରେ କିଛି ତେଲ ନେଇ ବଳକା ପିଆଜ଼ କଟା କୁ ଫ୍ରାଏ କରନ୍ତୁ । ହଲିମ ହୋଇଗଲା ପରେ ସର୍ଭିଙ୍ଗ ପ୍ଲେଟ କୁ କାଢି ଏହା ଉପରେ ଫ୍ରାଏ ହୋଇଥିବା ପିଆଜ଼, କଟା କଞ୍ଚା ଲଙ୍କା, ଗରମ ସମଲା, ଧଣିଆ ଓ ପୁଦିନା ପତ୍ର , ଲେମ୍ବୁ କଟା ସଜାଇ ପରସନ୍ତୁ ।
“ଚିକେନ୍ ହଲିମ” କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ
