ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସର ପୂର୍ବଦିନ ଅର୍ଥାତ ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ।
देश के बंटवारे के दर्द को कभी भुलाया नहीं जा सकता। नफरत और हिंसा की वजह से हमारे लाखों बहनों और भाइयों को विस्थापित होना पड़ा और अपनी जान तक गंवानी पड़ी। उन लोगों के संघर्ष और बलिदान की याद में 14 अगस्त को 'विभाजन विभीषिका स्मृति दिवस' के तौर पर मनाने का निर्णय लिया गया है।
— Narendra Modi (@narendramodi) August 14, 2021
ଏନେଇ ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଦେଶର ବିଭାଜନର ଯନ୍ତ୍ରଣା କେବେ ବି ଭୁଲିହେବ ନାହିଁ । ଘୃଣା ଏବଂ ହିଂସା ହେତୁ ଆମ ଭଉଣୀ ଓ ଭାଇମାନଙ୍କ ମଧ୍ୟରୁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଏପରିକି ପ୍ରାଣ ହରାଇଥିଲେ। ସେହି ଲୋକଙ୍କ ସଂଗ୍ରାମ ଏବଂ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଦିନ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଅନୈତିକତାର ବିଷ ଦୂର କରିବାକୁ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ସମ୍ବେଦନଶୀଳତାକୁ ମଧ୍ୟ ଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ସୂଚନା ଯେ, ୧୯୪୭ ଅଗଷ୍ଟ ୧୪ରେ ଭାରତ ଏବଂ ପାକିସ୍ତାନ ବିଭାଜିତ ହୋଇଥିଲେ। ପାକିସ୍ତାନ ଏବେ ଅଗଷ୍ଟ ୧୪କୁ ଏହାର ସ୍ୱାଧୀନତା ଦିବସ ଭାବେ ପାଳନ କରୁଛି ।
