ଦେଶରେ ଆଉ ୩୮,୬୬୭ କରୋନା ସଂକ୍ରମିତ ଚିହ୍ନଟ ଓ ୪୭୮ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଓ ମୃତ୍ୟୁସଂଖ୍ୟା ୪୦୦ ଟପିଛି । ଦେଶରେ ଆରୋଗ୍ୟ ହାର ୯୭.୪୫% ରହିଛି। ଏହାକୁ ମିଶାଇ ଦେଶରେ ମୋଟ ୩,୧୩,୩୮,୦୮୮ ଜଣ ସୁସ୍ଥ ହୋଇସାରିଲେଣି। ଦେଶରେ ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୫% ରହିଛି। ଗତ ଶୁକ୍ରବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୯.୧୭ କୋଟି ନମୁନା ପରୀକ୍ଷା କରାଯାଇଛି ଏବଂ ଏହି ସମୟ ମଧ୍ୟରେ ୫୩.୬୧ କୋଟି ଟିକା ଦିଆଯାଇଛି।
भारत में पिछले 24 घंटों में कोरोना वायरस के 38,667 नए मामले आए, 35,743 रिकवरी हुईं और 478 लोगों की कोरोना से मौत हुई। #COVID19
— ANI_HindiNews (@AHindinews) August 14, 2021
कुल मामले: 3,21,56,493
सक्रिय मामले: 3,87,673
कुल रिकवरी: 3,13,38,088
कुल मौतें: 4,30,732 pic.twitter.com/S6OYIHtLVR
ଶନିବାର ଗତ ୨୪ଘଣ୍ଟାରେ ୩୮ହଜାର ୬୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୭୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୩୫ହଜାର ୭୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୧ଲକ୍ଷ ୫୬ହଜାର ୪୯୩କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୦ହଜାର ୭୩୨ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୩ଲକ୍ଷ ୩୮ହଜାର ୮୮ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୮୭ହଜାର ୬୭୩ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।
