ବାଲେଶ୍ୱର : ବାଘାଯତୀନ ସ୍ଵେଚ୍ଛାସେବୀ ସଂଗଠନର ନୂତନ ଗୃହ ପ୍ରତିଷ୍ଠା
ବାଲେଶ୍ୱର : ବାଲେଶ୍ୱର ଜିଲାର ଏକ ଅଗ୍ରଣୀ ବାଘାଯତୀନ ସ୍ଵେଚ୍ଛାସେବୀ ସଂଗଠନର ନୂତନ ଗୃହ ପ୍ରତିଷ୍ଠା ଫୁଲାଡି ବଜାର ନିକଟରେ ପ୍ରତିଷ୍ଠା ହୋଇଛି । ମୁଖ୍ୟଅତିଥି ଭାବେ ଜିଲାର ଡିଏସପି ମାନସ ଦେଓ ଯୋଗଦେଇ ନୂତନ ଗୃହକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବାଘାଯତୀନ ସଂଗଠନର ସମ୍ପାଦକ ଓ ସଭାପତି ଯୋଗ ଦେଇଥିବା ବେଳେ ଜିଲାର ବହୁ ଅଗ୍ରଣୀ ସାମାଜିକ ସଂଗଠନଗୁଡ଼ିକର ସଭାପତି ଓ ସମ୍ପାଦକ ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ।
ସେହିପରି ବାଘାଯତୀନ୍ ସଂଗଠନର ସମସ୍ତ କର୍ମକର୍ତ୍ତାମାନେ ଏଥିରେ ଯୋଗ ଦେଇ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ। ବିଭିନ୍ନ ସଂଗଠନରୁ ଆସିଥିବା ଭାଇ ଭଉଣୀମାନେ ପରସ୍ପର ମଧ୍ୟରେ କିପରି ସୁ-ସମ୍ପର୍କ ଗଠନ କରାଯାଇ ଭାଇଚାରା ସୃଷ୍ଟି କରାଯିବ ତାହା ମଧ୍ୟ ନିଜ ନିଜ ମତ ରଖିଥିଲେ ଓ ସମାଜକୁ ସାମାଜିକ କାର୍ଯ୍ୟରେ କିପରି ଆଗକୁ ନେବେ ତାହା ମଧ୍ୟ ପ୍ରକାଶ କରିଥିଲେ । ସୂଚନା ଯେ, ବାଘାଯତୀନ ସ୍ଵେଚ୍ଛାସେବୀ ସଂଗଠନ ସବୁବେଳେ ଦୀନଦରିଦ୍ର, ଦୁଃଖୀ, ଅସହାୟ ଲୋକଙ୍କର ସହାୟତା କରିଥାନ୍ତି । ବିଶେଷ କରି ମହାମାରୀ କରୋନା ସମୟରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ବଣ୍ଟନ କରିଥିବାର ନଜର ରହିଛି । ସେହିପରି ସଂଗଠନର କର୍ମକର୍ତ୍ତା ମାନେ ରାସ୍ତାରେ ବୁଲୁଥିବା ଗୋରୁଗାଇ, ବୁଲାକୁକୁର ତଥା ପଶୁପକ୍ଷୀଙ୍କୁ ଖାଦ୍ୟ ଦେଇ ଚର୍ଚ୍ଚାରେ ରହିବ ସହ ବିଭିନ୍ନ କାର୍ଯ୍ୟକ୍ରମରୁ ମାନପତ୍ର ହାସଲ କରିଥିବାର ଜଣାପଡିଛି ।


