ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ ପରେ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ, ଯୁକ୍ତ ୩ ଛାତ୍ର ଗିରଫ
ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ତୟାପୁଟ ପଞ୍ଚାୟତ ଅନ୍ତର୍ଗତ କନାପାଡି ଗ୍ରାମରର ଜଣେ କଲେଜ ପଢୁଆ ଛାତ୍ରଙ୍କ ଘରୁ ଦଶମ ଶ୍ରେଣୀ ଛାତ୍ରୀକୁ ଉଦ୍ଧାର କରାଯାଇଛି। ଉକ୍ତ ଛାତ୍ରୀକୁ ଅପହରଣ କରି ଜଣେ ଯୁକ୍ତ ୩ ଛାତ୍ର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଫଳରେ ଏହି ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ଛାତ୍ରକୁ କୋର୍ଟ ଚାଲାଣ କରିଛି ଲକ୍ଷ୍ମୀପୁର ପୋଲିସ ।
ସୂଚନା ଯେ, ଗତ ମେ’ ମାସ ୫ ତାରିଖରେ ରାଜ୍ୟରେ ଲକ୍ଡାଉନ ଯୋଗୁଁ ନିଜର ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବା ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ କଲେଜରେ ପଢୁଥିବା ଛାତ୍ର ଜଣକ ଗାଁକୁ ଫେରି ଆସିଥିଲା। ଏହି ସମୟରେ ଛାତ୍ର ଜଣକ ଗାଁର ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ସାବାଳିକା ଭାବି ଭଲ ପାଇ ବସିଥିଲା। ସୋମବାର ଦିନ ଝିଅର ଘରେ କେହି ନଥିବାର ସୁଯୋଗ ଦେଖି ଛାତ୍ର ଜଣକ ଘରକୁ ପଶିଥିଲା। ସେ କୌଶଳ କ୍ରମେ ନାବାଳିକାକୁ ନିଜ ଘରକୁ ନେଇଯାଇଥିଲା। ପରିବାର ଲୋକେ ଘରକୁ ନିଜ ନିଜ କାମରୁ ଫେରିବା ପରେ ଝିଅକୁ ଦେଖିବାକୁ ପାଇ ନଥିଲେ। ସେମାନେ ପଡ଼ିଶା ଘର ଓ ଗାଁରେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଝିଅର କୌଣସି ସନ୍ଧାନ ପାଇନଥିଲେ। ଶେଷରେ ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୀ ଅପହରଣକାରୀ ଛାତ୍ରଙ୍କ ଘରୁ ଛାତ୍ରୀଙ୍କୁ ଉଦ୍ଧାର କରିଛି। ପରେ ପୋଲିସ ଉକ୍ତ ଛାତ୍ରଙ୍କ ଘରୁ ତାକୁ ଗିରଫକରି ନାବାଳିକାକୁ ଉଧାର କରିଥିଲା । ପରେ ଦୁହିଁଙ୍କ ଡାକ୍ତରି ମାଇନା କରାଯାଇ ଥିଲା । ପୋଲିସ ତଦନ୍ତ କରି ନାବାଳିକା ସହ ଉକ୍ତ ଛାତ୍ରର ଶାରିରିକ ସମ୍ପର୍କ ଥିବା ଜାଣିପାରି ପକ୍ସୋ ଆକ୍ଟରେ ଏକ ମାମଲା ରଜୁ କରିଥିଲା । ଯୁବକକୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ କାରି ଅଫିସର ଗୌରହରି ସାହୁ କହିଛନ୍ତି ।
