ବିଶ୍ୱରେ ଆଉ ୫,୯୬,୭୭୩ ସଂକ୍ରମିତ ଓ ୯,୭୮୫ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୪୭ଲକ୍ଷ ୧୩ହଜାର ୯୯୦ ଓ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୨୫ହଜାର ୬୧୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୯୬ହଜାର ୭୭୩ ଜଣ ସଂକ୍ରମିତ ହୋଇଥିବାବେଳେ ୯ହଜାର ୭୮୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୋଟି ୪୭ଲକ୍ଷ ୧୩ହଜାର ୯୯୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩ଲକ୍ଷ ୨୫ହଜାର ୬୧୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୩୮ଲକ୍ଷ ୪୮ହଜାର ୮୬୮ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୫ଲକ୍ଷ ୩୯ହଜାର ୫୦୩ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୬୮ଲକ୍ଷ ୮୮ହଜାର ୮୫୦ ସଂକ୍ରମିତ ଓ ୬ଲକ୍ଷ ୩୪ହଜାର ୬୩୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୨ ଲକ୍ଷ ୧୩ହଜାର ୩୮୮ ସଂକ୍ରମିତ ଓ ୫ଲକ୍ଷ ୬୪ ହଜାର ୯୮୦ମୃତ, ଋଷିଆରେ ୬୪ ଲକ୍ଷ ୯୧ ହଜାର ୨୮୮ ସଂକ୍ରମିତ ଓ ୧ଲକ୍ଷ ୬୬ ହଜାର ୪୪୨ ମୃତ, ଫ୍ରାନ୍ସରେ ୬୩ ଲକ୍ଷ ୩୯ ହଜାର ୫୦୯ ସଂକ୍ରମିତ ଓ ୧ ଲକ୍ଷ ୧୨ ହଜାର ୩୫୬ ମୃତ, ୟୁକେରେ ୬୧ ଲକ୍ଷ ୧୭ ହଜାର ୫୪୦ ସଂକ୍ରମିତ ଓ ୧ ଲକ୍ଷ ୩୦ ହଜାର ୫୦୩ ମୃତ, ତୁର୍କୀରେ ୫୯ ଲକ୍ଷ ୬୮ ହଜାର ୮୬୮ ସଂକ୍ରମିତ ଓ ୫୨ ହଜାର ୪୩୭ ମୃତ, ଆର୍ଜେଣ୍ଟିନାରେ ୫୦ ଲକ୍ଷ ୪୧ ହଜାର ୪୮୭ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୧୬୫ମୃତ, କଲୋମ୍ବିଆରେ ୪୮ ଲକ୍ଷ ୪୬ ହଜାର ୯୫୫ ସଂକ୍ରମିତ ଓ ୧ ଲକ୍ଷ ୨୨ ହଜାର ୭୬୮ମୃତ, ସ୍ପେନରେ ୪୬ ଲକ୍ଷ ୪୩ ହଜାର ୪୫୦ ସଂକ୍ରମିତ ଓ ୮୨ ହଜାର ୨୨୭ ମୃତ, ଇଟାଲିରେ ୪୪ ଲକ୍ଷ ୬ ହଜାର ୨୪୧ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୨୭୩ମୃତ ରହିଛନ୍ତି।
