କାନ୍ଦି କାନ୍ଦି ବାର୍ସିଲୋନା ଛାଡିଲେ ମେସି
ମାଡ୍ରିଡ୍: କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି ବାର୍ସିଲୋନା କ୍ଲବ୍ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି। ମେସିଙ୍କୁ ଆଉ ବାର୍ସିଲୋନା କ୍ଲବ୍ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ ନାହିଁ। ରବିବାର ବାର୍ସିଲୋନା କ୍ଲବ୍ ପକ୍ଷରୁ ପକ୍ଷରୁ ଆୟୋଜିତ ବିଦାୟ ସମାରୋହରେ ମେସି ନିଜ ଆଖିର ଲୁହକୁ ରୋକିପାରି ନଥିଲେ। ଏଠାକାର କ୍ୟାମ୍ପ ନାଉ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରି ମେସି ଖୁବ୍ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ।
Greatest Applause
— FC Barcelona (@FCBarcelona) August 8, 2021
Of
All
Time pic.twitter.com/YoJt8nkTZc
ଭାବୁକ ହୋଇ ମେସି କହିଛନ୍ତି, ଦୀର୍ଘ ୨୧ ବର୍ଷ ପରେ ନିଜ ପିଲାମାନଙ୍କ ସହ ଫେରିଯାଉଛନ୍ତି । ମୋ ପାଇଁ ଏତେ ବର୍ଷ ଏଠାରେ ବିତାଇବା ପରେ ଟିମକୁ ଛାଡି ଯିବା ବହୁତ ମୁସ୍କିଲ । ଆମେ ଏଠାରେ ରହୁଥିଲୁ ଏବଂ ଏହି ଠାରେ ହିଁ ଆମର ଘର ଅଛି । ଏଠାରେ କଟାଇଥିବା ପ୍ରତିଟି ଦିନ ବେଶ ସ୍ମରଣୀୟ ହୋଇ ରହିବ । ବାର୍ସିଲୋନା କ୍ଲବକୁ ଆସିବାର ପ୍ରଥମ ଦିନଠାରୁ ଶେଷ ଯାଏଁ ମୋର ସବୁ କିଛି ଦେଇଛି । ମୁଁ କେବେ ଅଲବିଦା କହିବି ବୋଲି ଭାବିନଥିଲି । ସେହିପରିସ୍ପେନିସ୍ ଲିଗ୍ର ବିତ୍ତୀୟ ନିୟମଗୁଡିକ କାରଣରୁ ବ୍ଲବ ସହିତ ନୂଆ କଣ୍ଟ୍ରାକ୍ଟ କରିବା ଅସମ୍ଭବ ହୋଇଗଲାଣି । ମୁଁ କ୍ଲବ୍ ସହିତ ରହିବା ନେଇ ବେଶ ଆଶାବାଦୀ ଥିଲି । ଯାହାକୁକି ମୋ ଘରଠାରୁ ମଧ୍ୟ ଅଧିକ ଭାବୁଥିଲି । କିନ୍ତୁ ବର୍ତ୍ତମାନ ଏହା ସମ୍ଭବପର ହେଉନାହିଁ । ଯେଉଁଥିପାଇଁ ମୋତେ ଛାଡିବାକୁ ପଡୁଛି । ନିଜ ଶେଷ ପ୍ରେସ୍ କନଫରେନ୍ସରେ ଏଭଳି କିଛି କହି ଭାବୁକ ହୋଇପଡିଥିଲେ ଲିଓନେଲ ମେସି । ଏହା ସହିତ ସେ ପ୍ୟାରିସ୍ ସେଣ୍ଟ ଜର୍ମାନ ଫୁଟବଲ କ୍ଲବ୍ରେ ଯୋଗଦେବା ଖବରକୁ ଦୃଢ ଭାବେ ଖଣ୍ଡନ କରିଛନ୍ତି । ଏକ ପ୍ରଶ୍ନର ଜବାବ ଦେଇ ସେ କହିଛନ୍ତି, ମୁଁ ଆଗାମୀ ସିଜିନ୍ କାହା ପାଇଁ ଖେଳିବି ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ । ଏବେ ତାହା ଫାଇନାଲ କରିନାହିଁ । ସୂଚନା ଯେ, ଆର୍ଜେଣ୍ଟିନାର ଭେଟେରାନ୍ ଷ୍ଟ୍ରାଇକର ଲିଓନେଲ ମେସି ୨୦୦୪ ମସିହାରେ ବାର୍ସିଲୋନା କ୍ଲବ୍ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ବାର୍ସିଲୋନା ତରଫରୁ ମୋଟ ୭୭୮ ମ୍ୟାଚ ଖେଳି ୬୭୨ ଗୋଲ କରିଛନ୍ତି । ୨୧ ବର୍ଷର କ୍ୟାରିୟର ମଧ୍ୟରେ ଲିଓନେଲ ମେସି ମୋଟ ୩୪ଟି ଟାଇଟଲ୍ ଜିତିଛନ୍ତି ।
