ଜଜ୍ ମୃତ୍ୟୁ ମାମଲା: ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କଲେ ସିବିଆଇ ଟିମ୍
ରାଂଚି : ଧନବାଦ ଜିଲ୍ଲା ଏବଂ ସତ୍ର ନ୍ୟାୟାଧିଶ(ଅଷ୍ଟମ) ଉତମ ଆନନ୍ଦଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ମାମଲାର ଯାଂଚ କରି ସିବିଆଇ ଟିମ୍ ଶନିବାର ଦିନ ଧନବାଦ ସ୍ଥିତ ଘଟଣାସ୍ଥଳରେ ପହଂଚି ଥିଲେ । ସିବିଆଇ ଟିମ୍ ଘଟଣା ଦିନ କିପରି ଅଟୋ ଚାଳକ ଜଜ୍ଙ୍କୁ ଧକ୍କା ଦେଇଥିଲା ସେ ବିଷୟରେ ତଦନ୍ତ କରୁଛି । ଘଟଣାସ୍ଥଳରେ ସିବିଆଇ ଚାରିପଟରୁ ଘେରାବନ୍ଦୀ କରିଥିଲା ଏବଂ ଆଖପାଖର କୌଣସି ସାଧାରଣ ଲୋକଙ୍କୁ ଚଳାଚଳରେ ରୋକ ଲଗାଇଛି । ସିବିଆଇ ଟିମ୍ ଅତ୍ୟାଧୁନିକ ମେସିନ୍ର ସାହାଯ୍ୟରେ ଘଟଣାସ୍ଥଳରେ ଯାଂଚ କରୁଛି ।
ସୂଚନା ଅନୁସାରେ ସିବିଆଇ ଶୁକ୍ରବାର ଦିନ ଅନୁମଣ୍ଡଳ ନ୍ୟାୟିକ ଦଣ୍ଡାଧିକାରୀ ସହ ସିବିଆଇର ବିଶେଷ ନ୍ୟାୟାଧିଶ ଶିଖା ଅଗ୍ରୱାଲଙ୍କ ଅଦାଲତରେ ଆବେଦନ ଦାୟର କରି ଜେଲ୍ରେ ବନ୍ଦ ଅଟୋ ଚାଳକ ଲଖନ ବର୍ମା ଏବଂ ତାଙ୍କ ସହଯୋଗୀ ରାହୁଲ ବର୍ମାଙ୍କୁ ପାଂଚ ଦିନ ପାଇଁ ରିମାଣ୍ଡରେ ନେବାକୁ ଦାବି କରିଥିଲେ । ଅଦାଲତ ଦୁହିଁଙ୍କୁ ପାଂଚ ଦିନ ରିମାଣ୍ଡରେ ଦେବାକୁ ଅନୁମତି ଦେଇଥିଲେ । ସୂଚନା ମୁତାବକ ଜିଲ୍ଲା ଏବଂ ଶସ୍ତ୍ର ନ୍ୟାୟାଧିଶ- ୮ ଉତମ ଆନନ୍ଦଙ୍କ ମୃତ୍ୟୁ ମାମଲାର ଯାଂଚ ପ୍ରଥମେ ଏସ୍ଆଇଟି କରୁଥିଲା । ଏହାପରେ ଯାଂଚ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା । ଏହାପରେ ସିବିଆଇ ଟିମ୍ ଏବଂ ଏସ୍ଆଇଟି ମଧ୍ୟରେ ଧନବାଦ ଥାନାରେ ଏସ୍ଆଇଟି ଯାଂଚର ଦାୟିତ୍ୱ ସିବିଆଇକୁ ଦେଇଥିଲା ।
ଧନବାଦର ସଦର ଥାନାରେ ରୁଜୁ ହୋଇଥିବା କେଶ୍କୁ ସିବିଆଇ ବୁଧବାର ଦିନ ଟେକ୍ଓଭର କରିଥିଲା । ସିବିଆଇର ସ୍ପେଶଲ କ୍ରାଇମ୍ ସେଲ୍ କେସ୍ର ଯାଂଚ ନୂଆ ଭାବରେ କରୁଛି । ଏଏସ୍ପି ରାଙ୍କର ଅଧିକାରୀ ବିଜୟ କୁମାର ଶୁକ୍ଳା କେଶ୍ର ଅନୁସନ୍ଧାନ କରୁଛନ୍ତି । ୨୦ ଜଣିଆ ଏସ୍ଆଇଟି ଗଠିତ ହୋଇଥିଲା । ଏସ୍ଆଇଟିରେ ଅଲଗା ଭାବରେ ଫୋରେନ୍ସିକ୍ ଟିମ୍କୁ ମଧ୍ୟ ସାମିଲ୍ କରାଯାଇଛି । ସିବିଆଇର ଫୋରେନ୍ସିକ୍ ଟିମ୍ ଧନବାଦ ପହଂଚି ଯାଂଚରେ ଲାଗିଛନ୍ତି ।
