ପୋଲିସଙ୍କୁ ଆକ୍ରମଣ, ୩ କନେଷ୍ଟବଳ ଆହତ
ଭଦ୍ରକ : ଗଣ୍ଡଗୋଳର ତଦନ୍ତ ବେଳେ ତୋରଣପଦା ଗାଁରେ ପୋଲିସଙ୍କୁ ଆକ୍ରମଣ ଅଭିଯୋଗ। ସାବରଙ୍ଗ ଥାନାର ଜଣେ ମହିଳା କନଷ୍ଟେବଲଙ୍କ ସମେତ ୩ ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଠେଙ୍ଗାରେ ପିଟିବା ଦୃଶ୍ୟ ସିସିଟିଭିରେ କଏଦ୍ । ଆହତ ପୋଲିସ କର୍ମଚାରୀଙ୍କୁ ମେଡିକାଲ ଭର୍ତ୍ତି କରାଯାଇଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଅଟକ ରଖାଯାଇଛି ।
ସୂଚନା ଯେ, ଶୁକ୍ରବାର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ତଦନ୍ତ ପାଇଁ ଯାଇଥିଲା ପୋଲିସ । ହଠାତ ଗ୍ରାମବାସୀ ପୋଲିସମାନଙ୍କ ଉପରେ ଚଢାଉ କରିଥିଲେ । ସାବରଙ୍ଗ ଥାନା ଅଧିନସ୍ଥ ତୋରଣ ପଦା ଗ୍ରାମରେ ଏଭଳି ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
