ନିୟମିତ ବ୍ୟାୟାମ କଲେ ପୁରୁଣା ରୋଗରୁ ମିଳିବ ମୁକ୍ତି!
ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ଓ କାର୍ଯ୍ୟକ୍ଷମ ହୋଇଥାଏ । ମନୁଷ୍ୟ ବିଭିନ୍ନ ଇଚ୍ଛା ପୁରଣ ନିମନ୍ତେ ବ୍ୟାୟାମ କରେ ଯଥା ଓଜନ କମେଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା, କ୍ରୀଡ଼ା କୌଶଳରେ ଶୀର୍ଷକୁ ଯିବା, ନିର୍ଦ୍ଦିଷ୍ଟ ଗଣ୍ଠିମାନଙ୍କୁ ଚଳନକ୍ଷମ ରଖିବା ଓ ଆନନ୍ଦ ପାଇବା ନିମନ୍ତେ କରାଯାଏ । ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରେଧକ ଶକ୍ତି ବଢ଼ିଥାଏ ତଥା ହୃତ୍ପିଣ୍ଡ ଓ ରକ୍ତନଳି ରୋଗ, ଟାଇପ ୨ ଡାଏବେଟିସ ଓ ମେଦ ବହୁଳତା ଆଦି ରୋଗମାନଙ୍କୁ ପ୍ରତିରୋଧ ହୋଇଥାଏ । ବ୍ୟାୟାମଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ। ଏହାର ବିବିଧ ଉପକାରୀତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀମାନେ ବ୍ୟାୟାମର ଉପକାରୀତାକୁ “ଆଶ୍ଚର୍ଯ୍ୟଜନକ” ବା “ଚମତ୍କାର” ଔଷଧ ଭାବେ ଅଭିହିତ କରିଥାନ୍ତି ।
ପୁରୁଣା ରୋଗରୁ ମୁକ୍ତି ପାଇଁ ଲୋକ ବିଭିନ୍ନ ପ୍ରକାର ପ୍ରକ୍ରିଆକୁ ଆପଣେଇଥାନ୍ତି।ଏଥିପାଇଁ ଡାକ୍ତରଙ୍କର ମଧ୍ୟ ପରାମର୍ଶ ନେଇଥାନ୍ତି।ଏହା ବ୍ୟତୀତ ନିୟମିତ ଔଷଧ ଖାଇବା ସହ ଆଉ କେତେକ ଜିନିଷ ପ୍ରତି ଦୃଷ୍ଟି ଦେବାକୁ ପଡେ। କିନ୍ତୁ ଏଥିରୁ ଉପଶମ ପାଇବାର ଏକ ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ବ୍ୟାୟାମ କରନ୍ତି ତେବେ ପୁରୁଣା ରୋଗରୁ କେତେକାଂଶରେ ଉପଶମ ମିଳିପାରିବ ବୋଲି ଆମେରିକୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି। ଏଥିପାଇଁ ପୁରୁଣା ରୋଗସହ ସଂଘର୍ଷ କରୁଥିବା କିଛି ବ୍ୟକ୍ତିଙ୍କୁ ନିୟମିତ କିଛି ସମୟ ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଇଥିଲା । ପାଖାପାଖି ଦୁଇମାସପରେ ସେମାନଙ୍କ ସ୍ୱାସ୍ଥ୍ୟ କିପରି ଅଛି ପରିକ୍ଷା କରିଥିଲେ ବିଶେଷଜ୍ଞ ମାନେ । ଆଶ୍ଚର୍ଯ୍ୟ ଜନକ ଭାବେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତି ପୁରୁଣା ରୋଗରୁ କେତାକାଂଶରେ ଆରୋଗ୍ୟ ଲାଭ କରିଥିଲେ । ହେଲେ ନିଜ ସାମର୍ଥ୍ୟ ଅନୁସାରେ ବ୍ୟାୟାମ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି । ବ୍ୟାୟାମ ଏକ ଶାରିରୀକ କ୍ରିୟା ଯାହାଦ୍ୱାରା ଶରୀର ସୁସ୍ଥ ଓ କାର୍ଯ୍ୟକ୍ଷମ ରହିଥାଏ। ମନୁଷ୍ୟ ନିଜର ବିଭିନ୍ନ ଇଚ୍ଛା ପୂରଣ କରିବା ପାଇଁ ବ୍ୟାୟାମ କରିଥାଏ। ଓଜନ କମାଇବା ସ୍ଥିର ରଖିବା,ମାଂଶପେଷୀ ସୁଦୃଢ କରିବା କ୍ରିଡା କୈାଶଳରେ ଶୀର୍ଷକୁ ଯିବା ଓ ଆନନ୍ଦ ନିମନ୍ତେ କରାଯାଏ। ନିୟମିତ ବ୍ୟୟାମ କରିବା ଦ୍ୱାରା ଖାଲି ପୁରୁଣା ରୋଗର ଉପଶମ ମିଳେ ତାହା ନୁହେଁ ବ୍ୟାୟାମ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ। ହୃତପିଣ୍ଡ, ରକ୍ତନଳୀ, ଡାଏବେଟିସ ଓ ମେଦ ବହୁଳତା ଆଦି ରୋଗ ପ୍ରତିରୋଧ ହୋଇଥାଏ। ବ୍ୟାୟାମ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଭଲରୁହେ,ବିଷାଦ ଦୂର ହୁଏ,ଯୁକ୍ତାତ୍ମକ ମନୋବଳ ବୃଦ୍ଧିହୁଏ। ବ୍ୟାୟାମର ବିବିଧ ଉପକାରକୁ ଦେଖି ସ୍ୱାସ୍ଥ୍ୟବିତ୍ ମାନେ ଏହାକୁ ଔଷଧ ଭାବେ ବିଚାର କରନ୍ତି।
