ଆଜି ରେଙ୍ଗାଳି ଡ୍ୟାମ୍ରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ
ଅନୁଗୁଳ : ଆଜି ରେଙ୍ଗାଳି ଡ୍ୟାମରୁ ଛଡାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ । ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର ୧୧୯.୬୯ ରହିଥିଲା । ବାସ୍ତବରେ ଅଗଷ୍ଟ ୩ରେ ଜଳଭଣ୍ଡାରରେ ଜଳସ୍ତର ୧୧୬.୪୦ ମିଟର ରହିବା କଥା । କିନ୍ତୁ ଉପରମୁଣ୍ଡରେ ବର୍ଷା ଜାରି ରହିବା ଫଳରେ ଜଳସ୍ତର ବଢ଼ିବାରେ ଲାଗିଛି । ତଳ ମୁଣ୍ଡରେ ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡିକକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଇଛନ୍ତି ରେଙ୍ଗାଳୀ ଜଳ ସମ୍ପଦ ବିଭାଗ ।
