ଝାରସୁଗୁଡା ଜିଲା ସିନିୟର ଓ ଜୁନିୟର କ୍ରିକେଟ୍ ଦଳର କଟକ ଓ ଭ୍ୱବେନେଶ୍ୱର ଯାତ୍ରା
ଝାରସୁଗୁଡ଼ା : ଝାରସୁଗୁଡ଼ାର ଜିଲ୍ଳା କ୍ରିକେଟ ଟିମ ଆନ୍ତଃ ଜିଲା ଜୁନିୟର ଓ କଳାହାଣ୍ଡି କପ ସିନିୟର କ୍ରିକେଟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ୩୦ ଜଣିଆ ଟିମ ରାଜ କିଶନ ପଟେଲଓ ଦୀପକ ଯାଦବ ଙ୍କ ନେତ୍ୱ ରେ ଆଜି କଟକ ଓ ଭ୍ୱବେନେଶ୍ୱର ଯାତ୍ରା ତପସ୍ୱନୀ ଏକ୍ସପ୍ରେସ ଯୋଗେ ଯାତ୍ରା କରିଛନ୍ତି । ଟିମ ମ୍ୟାନେଜର ଭାବରେ ପ୍ରଶାନ୍ତ କୁମାର ଜେନା,ଓ ଅନୁରୁଦ୍ଧ କେଓୂୂଟ ଟିମ ସହ- ଶୋଭନ ଦେବ,ମ୍ୟାନେଜର ଭାବରେ ଗୋପାଳ ଦତ୍ତ ରହିଛନ୍ତି ।
ଏହି ଟିମ ସିନିୟର ଦଳରେ କ୍ୟାପଟେନ ରାଜ କିଶନ ପଟେଲ ଓଡିଶା ୨୩ ବର୍ଷର କ୍ରିକେଟ ଦଳରେ ସ୍ଥାନ ପାଇ ଥିଲେ । ଦଳରେ ତାଙ୍କର ଅଭିଜ୍ଞତା ନିଶ୍ଚୟ କାର୍ଯ୍ୟ କରିବ ବୋଲି ଝାରସୁଗୁଡା କ୍ରିକେଟ ପ୍ରେମି ମାନେ ଆଶା ରଖିଛନ୍ତି । ଝାରସୁଗୁଡା କ୍ରୀଡା ସଂଘ ର ସଂପାଦକ ତାପସ ରାୟ ଚଉଧୁରୀ ଉପ- ସଭାପତି ଜୀବନ ମହାନ୍ତି , ଝାରସୁଗୁଡ଼ା ଜିଲ୍ଳା କ୍ରିକେଟ ଆସୋସିଏନର ସଭାପତି ପ୍ରଜ୍ଜଲ ପଟେଲ, ଓଡିଶା କ୍ରିକେଟ ଆସୋସିଏସନ ର ସହ-ସଂପାଦକ ମେହେତାପ ଖାଁନ୍ ,ଚନ୍ଦନ ମହାନ୍ତି ,ଅଶୋକ ପ୍ରଧାନ ସୁନ୍ଦରମଣି ପଟେଲ ଓ ଆସୋସିଏନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଟିମ କୁ ବିଦାୟୀ ଦେଇ ଥିଲେ ।

