ଆମ ରୋଷେଇ- “ଚିଲି ଚିଙ୍ଗୁଡ଼ି”
ସାମଗ୍ରୀ :
ଚିଙ୍ଗୁଡ଼ି-୬ଟି
ବଡ଼ ରସୁଣ କଟା-୨ ଟେବୁଲ ଚାମଚ
ବଡ଼ ପିଆଜ-୧ଟି (ବଡ଼ ଫାଳ କଟା) ( ଚାରି ଫାଳ କରି କୋଲା ବାହାର କରନ୍ତୁ)
ପାଣି-୫୦୦ ମିଲି
ଟମାଟୋ କେଚପ-୩ ଟେବୁଲ ଚାମଚ
ଚିଲି ସସ୍- ୨ ଟେବୁଲ ଚାମଚ
ଲୁଣ-ସ୍ୱାଦ ଅନୁସାରେ
କର୍ଣ୍ଣଫ୍ଲୋର୍ -୧ ଚାମଚ ବଡ଼ ବା ୨ ଟେବୁଲ-ଚାମଚ (ପାଣିରେ ମିଶା)
ଅଣ୍ଡା -୧ ଟି ଫେଣ୍ଟା
ଲଙ୍କା ବଟା—୧/୨ ଚାମଚ
କଞ୍ଚା ଲାଲ ଲଙ୍କା—୪ଟା
ମଝିରୁ ଚିରା ଲାଲ୍ ଲଙ୍କା- ୨ଟା
ରିଫାଇନ୍ ତେଲ -ଭାଜିବା ପାଇଁ
ପ୍ରଣାଳୀ :
ଚିଙ୍ଗୁଡ଼ି ଧୋଇ ଚୋପା ଛଡ଼ାଇ କରେଇରେ ୨ ଟେବୁଲ-ଚାମଚ ତେଲ ଗରମ କରି ହାଲୁକା କରି ଭାଜି ରଖନ୍ତୁ । ପୁଣି ଥରେ କରେଇରେ ୨ ଚାମଚ ତେଲ ପକାନ୍ତୁ । ଗରମ ହୋଇଗଲେ ପିଆଜ ଓ ରସୁଣକଟା ପକାଇ ହାଲକା କରି ଭାଜି ଚିଙ୍ଗୁଡ଼ି ପକାନ୍ତୁ ଓ ୨ ମିନିଟ୍ ଗୋଳାନ୍ତୁ । ପ୍ରଥମେ ପାଣି ଓ ପରେ ଟମାଟୋ, କେଚପ୍ ଚିଙ୍ଗୁଡ଼ିରେ ପକାନ୍ତୁ । ଭଲକରି ଗୋଳାଇ ବାକି ସାମଗ୍ରୀତକ ମିଶାନ୍ତୁ । ୫ ମିନିଟ୍ ପରେ ଫେଣ୍ଟା ଅଣ୍ଡା ତା’ ଉପରେ ଢାଳି ଅଳ୍ପ ସମୟ ପରେ ଆଞ୍ଚରୁ କାଢ଼ିଆଣନ୍ତୁ ।
