ବିଶ୍ୱରେ ଆଉ ୫,୬୨,୪୧୨ ସଂକ୍ରମିତ ଓ ୯,୨୬୧ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୫୯ଲକ୍ଷ ୨୨ହଜାର ୭୮ ଓ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୯୨ହଜାର ୧୭୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୫ଲକ୍ଷ ୬୨ହଜାର ୪୧୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ହଜାର ୨୬୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୫୯ଲକ୍ଷ ୨୨ହଜାର ୭୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୯୨ହଜାର ୧୭୬ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୭୬ଲକ୍ଷ ୨୫ହଜାର ୧୨୦ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୪୧ଲକ୍ଷ ୪ହଜାର ୭୮୨ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୩ଲକ୍ଷ ୪୨ହଜାର ୭୫୦ ସଂକ୍ରମିତ ଓ ୬ଲକ୍ଷ ୨୭ହଜାର ୩୭୯ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୭ଲକ୍ଷ ୪୯ହଜାର ୭୩ ସଂକ୍ରମିତ ଓ ୫ଲକ୍ଷ ୫୧ ହଜାର ୯୦୬ମୃତ, ଋଷିଆରେ ୬୧ ଲକ୍ଷ ୭୨ ହଜାର ୮୧୨ ସଂକ୍ରମିତ ଓ ୧ଲକ୍ଷ ୫୫ ହଜାର ୩୮୦ ମୃତ, ଫ୍ରାନ୍ସରେ ୬୦ ଲକ୍ଷ ୨୬ ହଜାର ୧୧୫ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୬୯୫ ମୃତ, ୟୁକେରେ ୫୭ ଲକ୍ଷ ୪୫ ହଜାର ୫୨୬ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୩୦୩ ମୃତ, ତୁର୍କୀରେ ୫୬ ଲକ୍ଷ ୩୮ ହଜାର ୧୭୮ ସଂକ୍ରମିତ ଓ ୫୧ ହଜାର ୪୮ ମୃତ, ଆର୍ଜେଣ୍ଟିନାରେ ୪୮ ଲକ୍ଷ ୭୫ ହଜାର ୯୨୭ ସଂକ୍ରମିତ ଓ ୧ ଲକ୍ଷ ୪ ହଜାର ୩୫୨ମୃତ, କଲୋମ୍ବିଆରେ ୪୭ ଲକ୍ଷ ୪୭ ହଜାର ୭୭୫ ସଂକ୍ରମିତ ଓ ୧ ଲକ୍ଷ ୧୯ ହଜାର ୪୮୨ମୃତ, ସ୍ପେନରେ ୪୩ ଲକ୍ଷ ୬୮ ହଜାର ୪୫୩ ସଂକ୍ରମିତ ଓ ୮୧ ହଜାର ୩୨୨ ମୃତ, ଇଟାଲିରେ ୪୩ ଲକ୍ଷ ୨୫ ହଜାର ୪୬ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୯୯୫ମୃତ ରହିଛନ୍ତି ।
