ପଶ୍ଚିମବଙ୍ଗ ହିଂସା ଉପରେ ମମତା ସରକାର ହାଇକୋର୍ଟରେ ଦେଲେ ସତ୍ୟପାଠ
- କହିଲେ ଏନଏଚଆରସିର ରିପୋର୍ଟ ପକ୍ଷପାତୀ
କଲିକତା : ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହିଂସା ସହ ଜଡ଼ିତ ମାମଲାରେ ପଶ୍ଚିମବଙ୍ଗ ସରକାର କଲିକତା ହାଇକୋର୍ଟରେ ୯୫ ପୃଷ୍ଠାର ଏକ ସତ୍ୟପାଠ ଦାଖଲ କରିଛନ୍ତି । ମଙ୍ଗଳବାର ଦନ ଦାଖଲ ହୋଇଥିବା ସତ୍ୟପାଠରେ ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ରିପୋର୍ଟର ଫଳାଫଳକୁ ଅସ୍ୱୀକାର କରି ଏହି ରିପୋର୍ଟକୁ ଦଳୀୟ ବୋଲି କହିଛନ୍ତି । ବିଧାନସଭା ନିର୍ବାଚନ ପରେ କୌଣସି ରାଜନୈତିକ ହିଂସା ଘଟିନଥିବା ରାଜ୍ୟ ସରକାର ଦାବି କରିଛନ୍ତି । କାର୍ଯ୍ୟକାରୀ ପ୍ରଧାନ ବିଚାରପତି ରାଜେଶ ବିନ୍ଦଲଙ୍କ ସମେତ ପାଂଚଜଣିଆ ଖଣ୍ଡପୀଠଙ୍କ ସମ୍ମୁଖରେ ଏହି ମାମଲାର ଶୁଣାଣୀ ହେବ ।
ସୂଚନା ଯେ, ରାଜନୈତିକ ହିଂସା ସହ ଜଡ଼ିତ ବିଭିନ୍ନ ଆବେଦନ ଉପରେ କଲିକତା ହାଇକୋଟୟ ପଶ୍ଚିମବଙ୍ଗ ସରକାର ସମେତ ସମସ୍ତ ପକ୍ଷଙ୍କୁ ଜୁଲାଇ ୨୬ ସୁଦ୍ଧା ଜାତୀୟ ମାନବ ଅଧିକାର ଆୟୋଗର ରିପୋର୍ଟରେ ଆଫିଡେଭିଇଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଏକ ବୃତ ପାଂଚ ଜଣିଆ ଖଣ୍ଡପୀଠରେ ହୋଇଥିବା ଶୁଣାଣୀ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଆଡ଼ଭୋକେଟ ଅଭିଷେକ ମନୁ ସିଂଭି କହିଛନ୍ତି ଯେ, ଜାତୀୟ ମାନବ ଅଧିକାର ଆୟୋଗ ହୋଇକୋର୍ଟରେ ପରବର୍ତୀ ହିଂସା ଉପରେ ଦାଖଲ କରିଥିବା ରିପୋର୍ଟରେ ଅନେକ ଅସଂଗତି ରହିଛି । ଏହି ରିପୋର୍ଟରେ ନିର୍ବାଚନ ପୂର୍ବରୁ ହିଂସା ଘଟଣା ଉଲ୍ଲେଖ କରାଯାଇଛି । କୋର୍ଟରେ ଶୁଣାଣି ସମୟରେ ପଶ୍ଚିମବଙ୍ଗ ସରକାରଙ୍କ ପରାମର୍ଶାତା ସିଂହଭି କହିଛନ୍ତି ଯେ, ଏନଏଚଆରସି ପରି ଏକ ଅନୁଷ୍ଠାନରୁ ଏଭଳି ଆଶା କରାଯାଇନଥିଲା ।
