ମହାକାଶ ଯାତ୍ରା ସାରି ନିରାପଦରେ ପୃଥିବୀକୁ ଫେରି ଇତିହାସ ରଚିଲେ ଜେଫ୍ ବେଜୋସ୍ ଓ ୩ ସାଥି
ଟେକ୍ସାସ : ମିଶନ ମହାକାଶ। ଏବେ ଚର୍ଚ୍ଚାରେ ମହାକାଶ ଯାତ୍ରା । ବିଶେଷ କରି ପ୍ରତିଷ୍ଠିତ ବ୍ୟକ୍ତିମାନେ ଏବେ ମହାକାଶ ଯାତ୍ରା ଯାତ୍ରା କରି ବେଶ ଚର୍ଚ୍ଚାରେ ରହୁଛନ୍ତି । ରିଚାର୍ଡ ବ୍ରାନସନଙ୍କ ମହାକାଶ ଯାତ୍ରାର ୯ ଦିନ ପରେ ଆମାଜନ ପ୍ରତିଷ୍ଠାତା ତଥା ବିଶ୍ୱର ନଂ୧ ଧନୀ ବ୍ୟକ୍ତି ବ୍ୟକ୍ତିଭାବେ ଜେଫ ବେଜୋସ୍ ପଶ୍ଚିମ ଟେକ୍ସାସରୁ ମହାକାଶ ଯାତ୍ରା କରିଥିଲେ । ପରେ ମହାକାଶ ଯାତ୍ରା ସାରି ନିରାପଦରେ ପୃଥିବୀକୁ ଫେରି ଆସି ଏକ ଇତିହାସ ସୃଷ୍ଟି କରିଛନ୍ତି ।
ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ କମ୍ପାନୀ ବ୍ଲୁ ଅରିଜିନ୍ର ପର୍ଯ୍ୟଟନ ରକେଟ୍ ନ୍ୟୁ ଶେପର୍ଡ ଭାରତୀୟ ସମୟ ମଙ୍ଗଳବାର ସନ୍ଧ୍ୟା ସାଢେ ୬ଟା ରେ ଚାରି ଜଣଙ୍କ ସହ ମହାକାଶକୁ ଯାଇ କିଛି ସମୟ ପରେ ନିରାପଦରେ ଭ୍ରମଣ କରି ପୃଥିବୀକୁ ଫେରି ଆସିଛି । ଏହି ମହାକାଶ ଯାତ୍ରାରେ ବେଜୋସଙ୍କ ସହିତ ତାଙ୍କ ଭାଇ ମାର୍କ, ୮୨ ବର୍ଷୀୟ ପୂର୍ବତନ ପାଇଲଟ ଓ୍ବାଲି ଫଙ୍କ୍ ଓ ୧୮ ବର୍ଷୀୟ କିଶୋର ଅଲିଭର ଡାଇମାନ ମହାକାଶ ଯାତ୍ରା କରିଛନ୍ତି । ସେମାନେ ଭୂପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚକୁ ଯାଇଥିଲେ । ସେଠାରେ ୧୦ ମିନିଟ ପର୍ଯ୍ୟନ୍ତ ରହି ପୃଥିବୀକୁ ନିରୀକ୍ଷଣ କରିବାପରେ ଭୂପୃଷ୍ଠକୁ ଫେରିଆସିଛନ୍ତି । ସୂଚନା ଯେ, ଗତ ୧୧ତାରିଖରେ ବ୍ରିଟିଶ ଶିଳ୍ପପତି ରିଚାର୍ଡ ବ୍ରାନସନ ଭିଏସଏସ ୟୁନିଟି ମାଧ୍ୟମରେ ମହାକାଶକୁ ଯାକ୍ରା କରିଥଲେ । ଉକ୍ତ ମହାକାଶ ଯାନରେ ବ୍ରାନସନ, ଭାରତୀୟ ବଂଶୋଦ୍ଭବ ଶିରିସା ବନ୍ଦଲାଙ୍କ ସମେତ ମୋଟ ୬ ଜଣ ମହାକାଶଚାରୀ ମହାକାଶକୁ ଯାତ୍ରା କରିଥିଲେ ।


