ଆରମ୍ଭ ହେଲା ‘ସ୍ୱୟମ୍’ ଯୋଜନା ପାଇଁ ଆବେଦନ, ଜଣାନ୍ତୁ କେମିତି କରିବେ ଆବେଦନ ଓ କଣ ସବୁ ରହିଛି ମାନଦଣ୍ଡ
ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ସ୍ୱୟମ୍’ । ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ପାଇଁ କେମିତି କରିବାକୁ ପଡିବ ଆବେଦନ ଓ କଣ ସବୁ ରହିଛି ମାନଦଣ୍ଡ …..
୧. କ୍ଷୁଦ୍ର ଶିରୋନାମା :
ଏହି ଯୋଜନା ସ୍ୱାବଲମ୍ବୀ ଯୁବକଯୁବତୀ, ସ୍ୱତନ୍ତ୍ର ଯୁବ ଉଦ୍ୟମୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବାରୁ ‘ସ୍ୱୟମ୍’ ନାମରେ
ନାମିତ ହୋଇଛି ।
୨. ମୂଳଲକ୍ଷ୍ୟ :
ଯୋଜନାରେ ୧୮-୩୫ ବର୍ଷ ବୟସ୍କ ଯୁବକଯୁବତୀମାନଙ୍କୁ ବିନା ସୁଧରେ ବ୍ୟାଙ୍କ ଋଣ ଯୋଗାଇ ସେମାନଙ୍କର
କୌଶଳ, ପ୍ରଶିକ୍ଷଣ, ଦକ୍ଷତା ଏବଂ ସ୍ଥାନୀୟ ପରିବେଶକୁ ସୁହାଇଲା ପରି ଲାଭଜନକ କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ
କରିବାର ଲକ୍ଷ୍ୟ ରହିଛି । ବେରୋଜଗାରୀ ବା ସ୍ୱଳ୍ପ ରୋଜଗାରକ୍ଷମ ଯୁବକଯୁବତୀଙ୍କୁ ସ୍ଥାନୀୟ ଚାହିଦା ମୁତାବକ
ନିର୍ମାଣ, ସେବା ସମ୍ବନ୍ଧୀୟ ଲଘୁ ଉଦ୍ୟୋଗ, ବାଣିଜ୍ୟ ଓ କ୍ଷୁଦ୍ର ବ୍ୟବସାୟ ପାଇଁ ଉତ୍ସାହିତ କରିବା ହେଉଛି ଏହି
ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ।
୩. ମୁଖ୍ୟ ବୈଶିଷ୍ଟ୍ୟ :
ଗ୍ରାମାଞ୍ଚଳର ସମସ୍ତ ବେରୋଜଗାରୀ ଅଥବା ପୂର୍ବରୁ କେନ୍ଦ୍ର / ରାଜ୍ୟ ସରକାରଙ୍କ କୌଣସି ଯୋଜନାରେ ସମାନ
ପ୍ରକାରର ବ୍ୟବସାୟ ପାଇଁ ଋଣ ନେଇ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଦେଇଥିବା ୧୮-୩୫ ବର୍ଷ ବୟସ୍କ (ସ୍ୱତନ୍ତ୍ର
ବର୍ଗଙ୍କ କ୍ଷେତ୍ରରେ ୪୦ ବର୍ଷ) ଆଗ୍ରହୀ ଯୁବକଯୁବତୀଙ୍କୁ ଏକ ନୂତନ ବ୍ୟବସାୟ ଆରମ୍ଭ କରିବା କିମ୍ବା ସେମାନଙ୍କର
ଚାଲୁ ରହିଥିବା କ୍ଷୁଦ୍ର ବ୍ୟବସାୟକୁ ବଢ଼ାଇବା ନିମନ୍ତେ ଏହି ଯୋଜନାରେ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା
ସୁଧରେ ଋଣ ପ୍ରଦାନ କରାଯିବ ।
୪. ପ୍ରାରମ୍ଭ ଓ ଅବଧି :
ଏହି ଯୋଜନାଟି ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖଠାରୁ ୨ ବର୍ଷ ଯାଏଁ କାର୍ଯ୍ୟକ୍ଷମ ରହିବ ଏବଂ
ଏହି ସମୟସୀମା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମତେ ବୃଦ୍ଧି ହୋଇପାରେ ।
୫. ଧାର୍ଯ୍ୟ ଲକ୍ଷ୍ୟ :
ଆସନ୍ତା ୨ ବର୍ଷରେ ୧ ଲକ୍ଷ ଯୁବକଯୁବତୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହି ଧାର୍ଯ୍ୟ ଲକ୍ଷ୍ୟକୁ ରାଜ୍ୟ ସରକାର ବୃଦ୍ଧି କରିପାରନ୍ତି । ଏହାର ସଫଳ କ୍ରିୟାନ୍ୱୟନ ନିମନ୍ତେ ପଞ୍ଚାୟତିରାଜ ଓ
ପାନୀୟ ଜଳ ବିଭାଗ ଜିଲ୍ଲା ୱାରୀ ଲକ୍ଷ୍ୟ ଧାର୍ଯ୍ୟ କରିବେ, ଯାହାକୁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଝଖଈଉ)
ଜିଲ୍ଲାରେ ଥିବା ବ୍ୟାଙ୍କ ମଧ୍ୟରେ ବଣ୍ଟନ କରିବେ ।
୬. ଯୋଗ୍ୟତା :
ନିମ୍ନରେ ଉଲ୍ଲେଖ କରାଯାଇଥିବା ମାନଦଣ୍ଡକୁ ପୂରଣ କରୁଥିବା ଗ୍ରାମାଞ୍ଚଳର ଆବେଦନକାରୀ ଏହି ଯୋଜନାରୁ
ଲାଭ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ –
୬.୧ : ୧୮ ରୁ ୩୫ ବର୍ଷ ବୟସ ସୀମା ମଧ୍ୟରେ ଥିବା ଯେକୌଣସି ବ୍ୟକ୍ତିବିଶେଷ । ଅନୁସୂଚିତ ଜାତି /
ଜନଜାତି / ଭିନ୍ନକ୍ଷମ ଆବେଦନକାରୀଙ୍କ ନିମନ୍ତେ ସବୋର୍ଚ୍ଚ ବୟସ ସୀମା ୪୦ ବର୍ଷ ଅଟେ ।
୬.୨ : ଆବେଦନକାରୀଙ୍କ ପରିବାର ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ
ଯୋଜନା’ରେ ସାମିଲ ହୋଇଥିବେ କିମ୍ବା ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ କମ୍ ଥିବା ପରିବାରର ସଦସ୍ୟ
ହୋଇଥିବେ ।
୬.୩ : ଆବେଦନକାରୀ ନିଶ୍ଚିତ ଭାବେ ‘ଉଦ୍ୟମ’ ଯୋଜନାରେ ପଞ୍ଜିକୃତ ହୋଇଥିବେ କିମ୍ବା ‘ଉଦ୍ୟମ’
ସହାୟକ ନମ୍ବରଧାରୀ ହୋଇଥିବେ ।
୭. ଅଯୋଗ୍ୟତା :
ନିମ୍ନ ଲିଖିତ ଯେକୌଣସି ପରିମାପକ ଅଧୀନରେ ଆସୁଥିବା ଆବେଦନକାରୀ ଏହି ଯୋଜନାରୁ ବଞ୍ଚିତ ହେବେ –
୭.୧ : ଯଦି ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଯୋଜନାରୁ ସମାନ ପ୍ରକାରର ବ୍ୟବସାୟ ପାଇଁ
ଋଣ ନେଇ ତାକୁ ପରିଶୋଧ କରିନଥାନ୍ତି ଅଥବା ବ୍ୟାଙ୍କ/ଅନ୍ୟ ଆର୍ôଥକ ଅନୁଷ୍ଠାନରୁ ଋଣ ନେଇ
ଖିଲାପକାରୀ ହୋଇଥାଆନ୍ତି ।
୭.୨ : ଯଦି ନିଜେ ଆବେଦନକାରୀ କିମ୍ବା ତାଙ୍କ ପରିବାରର ଅନ୍ୟ କେହି ସଦସ୍ୟ କେନ୍ଦ୍ର /ରାଜ୍ୟ ସରକାର
/ରାଷ୍ଟ୍ରୀୟ ଉଦ୍ୟୋଗ /ବୈଧାନିକ ଅନୁଷ୍ଠାନର ନିୟମିତ କର୍ମଚାରୀ ହୋଇଥିବେ ।
୭.୩ : ଯଦି ପରିବାରର ଅନ୍ୟ କୈାଣସି ସଦସ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବେ ।
୮. ପରିବାରର ସଂଜ୍ଞା :
ଏଠାରେ ‘ପରିବାର’ କହିଲେ ନିଜକୁ ଏବଂ ତାଙ୍କ ସ୍ୱାମୀ / ସ୍ତ୍ରୀ ଙ୍କୁ ବୁଝାଏ ।
୯. ଯୋଜନାର ପ୍ରୟୋଗ କ୍ଷେତ୍ର :
୯.୧ : ନିର୍ମାଣ / ସେବା ପ୍ରଦାନ / ବାଣିଜ୍ୟ / ବ୍ୟବସାୟ ଆଦି ଯେକୌଣସି ଆୟ ବୃଦ୍ଧିକାରୀ ପ୍ରକଳ୍ପ ।
୯.୨ : ନୂତନ ବ୍ୟବସାୟ କିମ୍ବା ପୂର୍ବରୁ ଚାଲୁ ରହିଥିବା ବ୍ୟବସାୟକୁ ବଢ଼ାଇବା ପାଇଁ ଆଗ୍ରହୀ ଯୁବକଯୁବତୀ
ଏହି ଯୋଜନାରେ ଆବେଦନ କରିପାରିବେ ।
୧୦. ପ୍ରକଳ୍ପ ମୂଲ୍ୟ :
ଏହି ଯୋଜନାରେ ପ୍ରକଳ୍ପ ମୂଲ୍ୟ ୧ ଲକ୍ଷ ଟଙ୍କା, ଯେଉଁଥିରେ ଋଣଗ୍ରହୀତା ୫ ପ୍ରତିଶତ ମୂଳ ଜମା (ଗବକ୍ସଶସଦ୍ଭ
ଗକ୍ଟଦ୍ଭରଚ୍ଚ) ଆକାରରେ ବ୍ୟାଙ୍କ ନିକଟରେ ଅଗ୍ରୀମ ପୈଠ କରିବେ । ଅବଶିଷ୍ଟ ୯୫ ହଜାର ଟଙ୍କାର ଋଣ ବିନା
ସୁଧରେ ମିଳିଥାଏ ।
୧୧. ଯୋଗ୍ୟ ଋଣ ପ୍ରଦାନକାରୀ ଅନୁଷ୍ଠାନ :
କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ (ଉଏଞଗଝଋ) ଅଧୀନରେ ଆସୁଥିବା
ସମସ୍ତ ରାଷ୍ଟ୍ରୀୟ ବ୍ୟାଙ୍କ, ନିର୍ଦ୍ଧାରିତ ଘରୋଇ ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ମାନେ
ଏହି ଯୋଜନାରେ ଭାଗୀଦାର ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ।
୧୨. ସୁଧ ହାର ଓ ଋଣ ପରିଶୋଧ ସୂଚୀ :
ଏହି ଯୋଜନାରେ ସର୍ବାଧିକ ୨ ଟି କିସ୍ତିରେ ହିଁ ଋଣ ପ୍ରଦାନ କରାଯିବ । କେନ୍ଦ୍ର ବା ରାଜ୍ୟ ସରକାରଙ୍କ ସମାନ
ପ୍ରକାରର ଯୋଜନା ନିମନ୍ତେ ପ୍ରଯୁଜ୍ୟ ସୁଧ ହାର ବ୍ୟାଙ୍କ ଗୁଡିକ ଦ୍ୱାରା ଲାଗୁ କରାଯିବ । ଋଣ ପରିଶୋଧର ସମୟ
ସୀମା ୪ ବର୍ଷ ରହିବ, ଯେଉଁଥିରେ ସମ୍ପୃକ୍ତ ବ୍ୟାଙ୍କ / ଆର୍ôଥକ ଅନୁଷ୍ଠାନର ପ୍ରଚଳିତ ନିୟମାନୁଯାୟୀ ୩ ରୁ ୬ ମାସ
ପର୍ଯ୍ୟନ୍ତ ଋଣ ପରିଶୋଧ ରିହାତି ଅବଧି ରହିଛି ।
୧୩. ଗ୍ୟାରେଣ୍ଟି ବ୍ୟବସ୍ଥା :
କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସର ସହଯୋଗରେ ଏହି ଯୋଜନାଟିରେ
ଋଣ ରାଶିର ୧୦୦ ପ୍ରତିଶତ ପର୍ଯ୍ୟନ୍ତ କ୍ରେଡିଟ ଗ୍ୟାରେଣ୍ଟି ପ୍ରଦାନ କରାଯିବ । କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ
ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ ପ୍ରଦାନ କରୁଥିବା ୮୫ ପ୍ରତିଶତ ଋଣ ଗ୍ୟାରେଣ୍ଟି ଉପରେ ରାଜ୍ୟ
ସରକାର ଅଧିକ୧୫ ପ୍ରତିଶତ ଗ୍ୟାରେଣ୍ଟି ପ୍ରଦାନ କରିବେ ।
୧୪. କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ ଦ୍ୱାରା ବାର୍ଷିକ ଗ୍ୟାରେଣ୍ଟି
ଦେୟ :
କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ ଏହାର ଗ୍ୟାରେଣ୍ଟି ଅଂଶ ବାବଦ ନିୟମ
ମୁତାବକ ବାର୍ଷିକ ଗ୍ୟାରେଣ୍ଟି ଦେୟ ଆଦାୟ କରିବେ । ଋଣଗ୍ରହୀତାଙ୍କ ତରଫରୁ ରାଜ୍ୟ ସରକାର ଏହି ଦେୟ
ବହନ କରିବେ ।
୧୫. ସୁଧ ଉପରେ ରିହାତି :
ଋଣ ଅଂଶ ରାଶିର ସମସ୍ତ ସୁଧ ରାଶି ରାଜ୍ୟ ସରକାର ବହନ କରିବେ । ଫଳସ୍ୱରୂପ ଋଣ ନେଇଥିବା ବ୍ୟକ୍ତିଙ୍କୁ
ଆଉ ସୁଧ ଦେବାକୁ ପଡିବ ନାହିଁ । ଋଣ ଗ୍ରହୀତାଙ୍କ ବ୍ୟାଙ୍କ୍ଖାତାକୁ ପ୍ରତି ତିନି ମାସରେ ରାଜ୍ୟ ସରକାର ସୁଧ ଅଂଶ
ରାଶି ନୋଡାଲ ବ୍ୟାଙ୍କ ଜରିଆରେ ପ୍ରଦାନ କରିବେ । ବ୍ୟାଙ୍କମାନଙ୍କୁ ସୁଧ ପ୍ରଦାନ ପ୍ରଣାଳୀ ପରବର୍ତ୍ତୀ
ସମୟରେଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ପୃଥକ ଭାବରେ ଅବଗତ କରାଯିବ ।
୧୬. ପ୍ରୋସେସିଂ ଦେୟ :
ଏହି ଯୋଜନାରେ ଋଣ ପାଇବା ପାଇଁ ବ୍ୟାଙ୍କ କୋଣସି ପ୍ରୋସେସିଂ ଦେୟ ଅଥବା ସେବା ଦେୟ ନେବେ ନାହିଁ ।
୧୭. ବୀମା ପରିସରଭୁକ୍ତ :
ଏହି ଯୋଜନାରେ ବନ୍ୟା, ବାତ୍ୟା ଓ ଭୂମିକମ୍ପ ଆଦି ସମସ୍ତ ପ୍ରକାରର ଦୁର୍ବିପାକ ନିମନ୍ତେ ବ୍ୟାଙ୍କ ଦ୍ୱାରା ଘୋଷିତ
ସମ୍ପତ୍ତି ମୂଲ୍ୟର ୧୧୦ ପ୍ରତିଶତ ରାଶି ବୀମା ପରିସରଭୁକ୍ତ ହେବ । ଏହି ବୀମା ଦେୟକୁ ଋଣ ନେଇଥିବା ବ୍ୟକ୍ତି
ହିଁ ବହନ କରିବେ ।
୧୮. ବନ୍ଧକ :
ବ୍ୟାଙ୍କ ଦ୍ୱାରା ଋଣ ମଞ୍ଜୁର ନିମନ୍ତେ କୌଣସି ବନ୍ଧକର ଆବଶ୍ୟକତା ନାହିଁ । ନିର୍ମିତ ହୋଇଥିବା ସଂପତ୍ତି ଗୁଡିକ
କେବଳ ବନ୍ଧକ (ଷଚ୍ଚକ୍ଟ୍ରକ୍ଟଗ୍ଧଷରମବଗ୍ଧରୟ / ଜ୍ଞକ୍ଟକ୍ସଗ୍ଧଶବଶରୟ /କ୍ଟ୍ରକ୍ଷରୟଶରୟ ଗ୍ଧକ୍ଟ ଭବଦ୍ଭଳଗ୍ଦ) ଆକାରରେ ରହିବ ।
୧୯. କାର୍ଯ୍ୟକାରୀତା ପ୍ରଣାଳୀ :
୧୯.୧ : ପଞ୍ଜୀକରଣ ଓ ଆବେଦନ ଦରଖାସ୍ତ ଦାଖଲ ନିମନ୍ତେ ଏକ ସ୍ୱତନ୍ତ୍ର ଓ ଉତ୍ସର୍ଗୀକୃତ ୱେବସାଇଟ ରହିବ ।
୧୯.୨ : ଆବେଦନ ଦାଖଲ କରିବା ନିମନ୍ତେ ଆବେଦନକାରୀ ମୋ ସେବା କେନ୍ଦ୍ରର ସହାୟତା ମଧ୍ୟ
ନେଇପାରିବେ ।
୧୯.୩ ଆବେଦନକାରୀ ଯେଉଁ ବ୍ୟାଙ୍କ୍ରୁ ଋଣ ନେବାକୁ ଇଚ୍ଛୁକ, ତାହା ଆବେଦନ ସମୟରେ ଦର୍ଶାଇବେ ।
୧୯.୪ ଆବେଦନ ଦରଖାସ୍ତ ପାଇବା ପରେ ସଂପୃକ୍ତ ବ୍ୟାଙ୍କ ଦରଖାସ୍ତର ଯାଞ୍ଚ ଓ କ୍ଷେତ୍ର ପରିଦର୍ଶନ କରିବା
ପରେ ହିଁ ଯୋଗ୍ୟ ଆବେଦନକାରୀଙ୍କୁ ଋଣ ମଞ୍ଜୁୁର କରିବେ ।
୧୯.୫ କ୍ଷେତ୍ର ପରିଦର୍ଶନ ସମୟରେ ବ୍ୟାଙ୍କ ଆବେଦନକାରୀଙ୍କୁ ଋଣ ମଞ୍ଜୁର କରିବା ପାଇଁ ଆବଶ୍ୟକ ସରଳ
ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) ପ୍ରସ୍ତୁତ କରିବାରେ ସହାୟତା ଯୋଗାଇଦେବେ ।
୧୯.୬ ବ୍ୟାଙ୍କ ଗ୍ୟାରେଣ୍ଟି ଏବଂ ମାର୍ଜିନ ଟଙ୍କା ଜମା ପରେ ହିଁ ଆବେଦନକାରୀଙ୍କୁ ଋଣ ରାଶି ପ୍ରଦାନ କରାଯିବ ।
୧୯.୭ ମୋରାଟୋରୋୟମ ବା ରିହାତି ଅବଧି ପରେ ହିତାଧିକାରୀ ନିୟମିତ ସଂପୃକ୍ତ ବ୍ୟାଙ୍କରେ ମାସିକ କିସ୍ତି
ଜମା କରିବେ । ତେବେ ବ୍ୟାଙ୍କ ରିହାତି ଅବଧି ସମୟରେ ମଧ୍ୟ ସୁଧ ଆଦାୟ କରିବେ । ଯଦିଓ ଋଣ
ଅର୍ଥରାଶି ନେବାର ପ୍ରଥମ ଦିନ ଠାରୁ ସୁଧ ଆଦାୟ କରାଯାଏ, ହିତାଧିକାରୀ କେବଳ ରିହାତି ଅବଧି
ପରେ ହିଁ ଋଣ ପରିଶୋଧ କରିବେ ।
୧୯.୮ ହିତାଧିକାରୀ ଇଚ୍ଛା କଲେ ଧାର୍ଯ୍ୟ ସମୟସୀମା ପୂର୍ବରୁ ଋଣ ପରିଶୋଧ କରିପାରିବେ । ସେମାନେ ମାସିକ
କିସ୍ତି ରାଶିକୁ ବଢାଇ ପାରିବେ । ଧାର୍ଯ୍ୟ ସମୟସୀମା ପୂର୍ବରୁ ଋଣ ପରିଶୋଧ କଲେ ଏଥିପାଇଁ
ବ୍ୟାଙ୍କଗୁଡିକ କୌଣସି ଜୋରିମାନା ଆଦାୟ କରିବେ ନାହିଁ ।
୨୦. ପ୍ରଶାସନିକ ମୂଲ୍ୟ :
କାର୍ଯ୍ୟକ୍ରମ ପାଣ୍ଠିର ୩ ପ୍ରତିଶତ ଅର୍ଥ ପ୍ରଶାସନିକ ମୂଲ୍ୟ ବାବଦରେ ସଚେତନତା ଶିବିର, ରାଜ୍ୟ / ଜିଲ୍ଲା / ବ୍ଲକ
ସ୍ତରୀୟ ତଦାରଖ ବୈଠକ, କର୍ମଶାଳା, ପ୍ରଦର୍ଶନୀ, ବ୍ୟାଙ୍କମାନଙ୍କ ସହ ଆଲୋଚନା, ସୂଚନା-ଶିକ୍ଷା-ସଂଚାର
କାର୍ଯ୍ୟକ୍ରମ, ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ (ଇଡିପି) ପ୍ରଶିକ୍ଷଣ, କାର୍ଯ୍ୟକ୍ରମର ମୂଲ୍ୟାୟନ ତଥା ଏହାର ପ୍ରଭାବ
ସଂପର୍କିତ ଅଧ୍ୟୟନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଭିତ୍ତିଭୂମି ସୃଷ୍ଟି ଓ ଉନ୍ନତିକରଣ, ପୁରସ୍କାର, କଲ ସେଣ୍ଟର ସୁବିଧା
ଇତ୍ୟାଦି ନିମନ୍ତେ ଖର୍ଚ୍ଚ କରାଯିବ ।
୨୧. ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ (ଇଡିପି) :
ବ୍ୟାଙ୍କ ଓ ସଂପୃକ୍ତ ବିଭାଗ ସହଯୋଗରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ
(ଇଡିପି)ର ଆୟୋଜନ କରିବେ । ଯୁବ ଉଦ୍ୟୋଗୀ ଓ ଋଣ ମଞ୍ଜୁର ହୋଇଥିବା ହିତାଧିକାରୀମାନଙ୍କୁ ଅର୍ଥ,
ଉତ୍ପାଦନ, ବିପଣନ, ଉଦ୍ୟୋଗ ପରିଚାଳନା, ବ୍ୟାଙ୍କିଂ ଔପଚାରିକତା, ହିସାବ କିତାବ, ବୈଧାନିକ ଅଙ୍ଗୀକାରବଦ୍ଧତା
ଭଳି ବିଭିନ୍ନ ପରିଚାଳନାଗତ କାର୍ଯ୍ୟ ସମ୍ବନ୍ଧରେ ଅବଗତ କରାଇ ବ୍ୟବସାୟକୁ ଫଳପ୍ରଦ ଓ ସୁବ୍ୟବସ୍ଥିତ କରିବା
ପାଇଁ ସଚେତନ କରାଯିବ । ଏହି ପ୍ରଶିକ୍ଷଣ ଅନଲାଇନ କିମ୍ବା ଅଫଲାଇନ ଜରିଆରେ ହେବ ।
୨୨. ଅଭିଯୋଗ ସମାଧାନ :
ଆବେଦନକାରୀ ଜନ ଶୁଣାଣୀ ପୋର୍ଟାଲ / ଉତ୍ସର୍ଗୀକୃତ କଲ୍ ସେଣ୍ଟର ମାଧ୍ୟମରେ କିମ୍ବା ସଂପୃକ୍ତ ଗ୍ରାମପଞ୍ଚାୟତ /
ବ୍ଲକ / ଜିଲ୍ଲା / ରାଜ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଅଭିଯୋଗ ଦାଖଲ କରିପାରିବେ । ଅଭିଯୋଗ ପାଇବା
ମାତ୍ରେ, ସଂପୃକ୍ତ ଅଧିକାରୀ ଏହାର ସମାଧାନ ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ ।
୨୩. ସମୀକ୍ଷା ବା ଅଡିଟ :
ଏହି ଯୋଜନାର ବ୍ୟୟ ପ୍ରତିବର୍ଷ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଚୟନ କରାଯାଇଥିବା ଏକ ଚାଟାର୍ଡ
ଆକାଉଣ୍ଟାଣ୍ଟଙ୍କ ମାଧ୍ୟମରେ ସମୀକ୍ଷା କରାଯିବ । ଏହି ଯୋଜନାର ପାଣ୍ଠି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର
ଆଭ୍ୟନ୍ତରୀଣ ଅଡିଟ୍ ଶାଖା ଦ୍ୱାରା ସମୀକ୍ଷା ନିମନ୍ତେ ଉନ୍ମୁକ୍ତ ରହିବ ।
୨୪. ଫାଇଭ ଟି ଚାର୍ଟର / ମୋ ସରକାର :
ରାଜ୍ୟ ସରକାରଙ୍କ ଫାଇଭ-ଟି ଲକ୍ଷ୍ୟ ପୂରଣ ପାଇଁ ଏହି ଯୋଜନାଟି ପ୍ରସ୍ତୁତ କରାଯାଇଛି । ଅଧିକନ୍ତୁ, ସୁପରିଚାଳନା
ନିମନ୍ତେ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।
୨୫. ତଦାରଖ :
୨୫.୧. ବ୍ଲକ ସ୍ତରୀୟ
ପ୍ରତ୍ୟେକ ବ୍ଲକରେ ନିମ୍ନଲିଖିତ ସଦସ୍ୟ ମାନଙ୍କୁ ନେଇ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବ ଓ ପ୍ରତି ମାସରେ
ଏହି କମିଟିର ବୈଠକ ଅନୁଷ୍ଠିତ ହେବ, ଯାହାକି ବ୍ଲକ ସମ୍ବନ୍ଧୀୟ ସମସ୍ତ ଯୋଜନାର କାର୍ଯ୍ୟକାରୀତା ଉପରେ
ନଜର ରଖିବ ।
କ. ବ୍ଲକ ଉନ୍ନୟନ ଅଧିକାରୀ – ଅଧ୍ୟକ୍ଷ
ଖ. ବ୍ଲକରେ ଥିବା ସମସ୍ତ ବ୍ୟାଙ୍କର ଶାଖା ପରିଚାଳକ – ସଦସ୍ୟ
ଗ. ଶିଳ୍ପ ପ୍ରୋତ୍ସାହନ ଅଧିକାରୀ – ସଦସ୍ୟ
ଘ. ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ମନୋନୀତ ୨ ଜଣ ଅଧିକାରୀ – ସଦସ୍ୟ
ଙ. ପ୍ରଗତି ସହାୟକ / ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ – ଆବାହକ ସଦସ୍ୟ
୨୫.୨. ଜିଲ୍ଲା ସ୍ତରୀୟ
ପ୍ରତ୍ୟେକ ଜିଲ୍ଲାରେ ନିମ୍ନଲିଖିତ ସଦସ୍ୟମାନଙ୍କୁ ନେଇ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ । ପ୍ରତି ମାସରେ ଏହି
କମିଟିର ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲାରେ ଯୋଜନାର କାର୍ଯ୍ୟକାରୀତାକୁ ତଦାରଖ କରାଯିବ ।
କ. ଜିଲ୍ଲାପାଳ – ଅଧ୍ୟକ୍ଷ
ଖ. ଲିଡ ଜିଲ୍ଲା ପରିଚାଳକ – ସଦସ୍ୟ
ଗ. ସହକାରୀ ଅଧୀକ୍ଷକ, ନାବାର୍ଡ – ସଦସ୍ୟ
ଘ. ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର – ସଦସ୍ୟ
ଙ. ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡ଼ିଶା ଜୀବିକା ମିଶନ – ସଦସ୍ୟ
ଚ. ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ୨ ଜଣ ଅଧିକାରୀ – ସଦସ୍ୟ
ଛ. ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ- ଆବାହକ ସଦସ୍ୟ
୨୫. ରାଜ୍ୟ ସ୍ତରୀୟ
ଏହି ଯୋଜନାର ତଦାରଖ ନିମନ୍ତେ ନିମ୍ନଲିଖିତ ସଦସ୍ୟ ମାନଙ୍କୁ ନେଇ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ ।
ପ୍ରତି ତିନି ମାସରେ ଥରେ ଏହି କମିଟିର ବୈଠକ ଅନୁଷ୍ଠିତ ହେବ ।
କ. ମୁଖ୍ୟ ଶାସନ ସଚିବ – ଅଧ୍ୟକ୍ଷ
ଖ. ପ୍ରମୁଖ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ – ସଦସ୍ୟ
ଗ. ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ – ସଦସ୍ୟ
ଘ. ପ୍ରମୁଖ ଶାସନ ସଚିବ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ – ସଦସ୍ୟ
ଙ. ପ୍ରମୁଖ ଶାସନ ସଚିବ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ – ସଦସ୍ୟ
ଚ. କମିଶନର ତଥା ସଚିବ, ମିଶନ ଶକ୍ତି ବିଭାଗ – ସଦସ୍ୟ
ଛ. ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ – ସଦସ୍ୟ
ଜ. ଆବାହକ, ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି – ସଦସ୍ୟ
ଝ. ନିର୍ଦ୍ଦେଶକ, ସ୍ୱତନ୍ତ୍ର ପ୍ରକଳ୍ପ – ଆବାହକ ସଦସ୍ୟ
୨୬. ଅନ୍ୟାନ୍ୟ
୨୬.୧ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ / ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ଯୋଜନା କାର୍ଯ୍ୟକାରୀତାରେ
ଉପୁଜୁଥିବା ପ୍ରତିବନ୍ଧକ ଦୂର କରିବାରେ ସହାୟତା ପ୍ରଦାନ କରିବେ, ଯୋଜନା ନିୟମାବଳୀ ସଂକ୍ରାନ୍ତ
କୈାଣସି ପ୍ରଶ୍ନର ସଠିକ୍ ଉତ୍ତର ଦେବେ ଓ ପରିଚାଳନାରେ କୈାଣସି ଅସୁବିଧା ପାଇଁ ସଂପୃକ୍ତ
ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବେ ।
୨୬.୨ ରାଜ୍ୟ ସରକାର ଯେକୌଣସି ସମୟରେ ଏହି ଯୋଜନାରେ ଥିବା ଉପରୋକ୍ତ ବ୍ୟବସ୍ଥା ଗୁଡିକରେ
ସଂଶୋଧନ, ପରିବର୍ତ୍ତନ, ଆଂଶିକ ପରିବର୍ତ୍ତନ, କେତେକ ସଂଯୋଗୀକରଣ କିମ୍ବା ପ୍ରତ୍ୟାହାର
କରିପାରିବେ ଏବଂ ଏହି ସଂଶୋଧନ, ପରିବର୍ତ୍ତନ, ଆଂଶିକ ପରିବର୍ତ୍ତନ, କେତେକ ସଂଯୋଗୀକରଣ
କିମ୍ବା ପ୍ରତ୍ୟାହାର ଆଦେଶରେ ଲିଖିତ ନିର୍ଦ୍ଦିଷ୍ଟ ତାରିଖରୁ ହିଁ କାର୍ଯ୍ୟକାରୀ ହେବ ।
