ବିଶ୍ୱକପ୍ ୨୦୨୩ : ନ୍ୟୁଜିଲାଣ୍ଡକୁ ଝଟକା, ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରୁ ବାଦ୍ ପଡିଲେ ଅଧିନାୟକ କେନ ଓ୍ଵିଲିୟମସନ
Cricket - ICC Cricket World Cup Semi Final - India v New Zealand - Old Trafford, Manchester, Britain - July 10, 2019 New Zealand's Kane Williamson gestures Action Images via Reuters/Lee Smith
ପୁଣେ : ଦିନିକିଆ ବିଶ୍ୱକପ୍ ୨୦୨୩ରେ ଆଜି ଖେଳାଯିବ ହାଇଭୋଲ୍ଟେଜ୍ ମ୍ୟାଚ। ପୁଣେ ଷ୍ଟାଡିୟମ୍ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୩୨ ତମ ମ୍ୟାଚ୍ । ବୁଧବାର ଅପରାହ୍ନ ୨ଟାରେ ସାମ୍ନାସାମ୍ନି ହେବେ ଦୁଇ ଶକ୍ତିଶାଳୀ ଟିମ୍ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଟିମ୍।
ତେବେ ଉଭୟ ଟିମ୍ ଦମ୍ଦାର ଫର୍ମରେ ରହିଛନ୍ତି । ତେଣୁ ଆଜି ଖେଳାଯିବାକୁ ଥିବା ମ୍ୟାଚ୍ ବେଶେ ରୋମାଞ୍ଚକପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଗ୍ରାଉଣ୍ଡ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୁଳ । କଠିନ୍ ପିଚ୍ ଏବଂ ଛୋଟ ବାଉଣ୍ଡାରୀ ହୋଇଥିବାରୁ ବିଶାଳ ସ୍କୋର ଏକ ପ୍ରକାର ନିଶ୍ଚିତ । ଉଭୟ ଦଳ ୬ଟି ମ୍ୟାଚ ଖେଳିଛନ୍ତି । ସାଉଥ ଆଫ୍ରିକା ୫ଟି ବିଜୟ ସହ ପଏଣ୍ଟ ଟେବୁଲ ତାଲିକାର ୫ମ ଓ ନ୍ୟୁଜିଲାଣ୍ଡ ୪ଟି ବିଜୟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ଜିତିଲେ ସାଉଥ ଆଫ୍ରିକା ଟିମ ସେମି ଫାଇନାଲରେ ସ୍ଥାନ ବଜାୟ ରଖିବ । ତେଣୁ ଏହି ମ୍ୟାଚ୍କୁ ଜିତି ସାଉଥ ଆଫ୍ରିକା ପୁଣି ଶୀର୍ଷ ସ୍ଥାନକୁ ଫେରିବା ଲକ୍ଷ୍ୟ ରଖିଛି । ଏପଟେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ ହାରିଲେ ଆଫଗାନିସ୍ତାନ ଓ ପାକିସ୍ତାନ ପାଇଁ ସେମି ଆଶା ଆହୁରି ବଢିବ । ତେଶୁ ସେମିରେ ଆଶା ମଜବୁତ କରିବାକୁ ହେଲେ ଏହି ମ୍ୟାଚ ଜିତିବାକୁ ହେବ ।
ଏଭଳି ପରିସ୍ଥିତିରେ ନ୍ୟୁଜିଲାଣ୍ଡ ଟିମକୁ ବଡ ଝଟକା ଲାଗିଛି । ଟିମର ଅଧିନାୟକ କେନ ଓ୍ଵିଲିୟମସନ ଆହତ ଜନିତ କାରଣରୁ ସାଉଥ ଆଫ୍ରିକା ମ୍ୟାଚରୁ ବାଦ୍ ପଡିଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି । ଆହତ ଜନିତ ସମସ୍ୟା ଯୋଗୁଁ ସାଉଥ ଆଫ୍ରିକା ମ୍ୟାଚରେ ଖେଳିବେନି କେନ୍ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ତେଣୁ ସାଉଥ ଆଫ୍ରିକା ମ୍ୟାଚରୁ ବାଦ୍ ପଡିପାରନ୍ତି । ସେହିପରି ଆହତ ଯୋଗୁଁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ଦ୍ରୁତ ବୋଲର କାଗିସୋ ରବାଡ଼ା ମ୍ୟାଚ୍ ପୂର୍ବରୁ ସୁସ୍ଥ ହୋଇଯାଅନ୍ତୁ ବୋଲି ଦକ୍ଷିଣ ଆଫ୍ରିକା ଆଶା ରଖିଛି।
