ବାଲେଶ୍ୱର : ରେମୁଣାରେ ଶୌର୍ଯ୍ୟ ଜାଗରଣ ରଥକୁ ସ୍ୱାଗତ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ଗୋଲେଇ ଠାରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ଜାଗରଣ ରଥକୁ ସ୍ୱାଗତ କରାଯାଇ ମନ୍ଦିର ଛକ, ରେମୁଣା ବଜାର, ହାତିଆ ଗଣ୍ଡ ଛକ, ବାଲିପାଳ ଛକରେ ପଥ ପ୍ରାନ୍ତ ସଭା ଆୟୋଜନ ହୋଇଥିଲା ।
ରଥ ସ୍ୱାଗତ ଓ ପରିକ୍ରମା କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଡା. ଶ୍ରୀମାଧବ ସେଠୀ, ଡ. ଲକ୍ଷ୍ମୀକାନ୍ତ ମହାରଣା, ଭଗବାନ ଦାସ ଖଣ୍ଡେଲୱାଲ, ବିଶ୍ୱ ହିନ୍ଦୁ ପରିଷଦର ଜିଲା ସମ୍ପାଦକ ବାଦଲ କର, ବଜରଙ୍ଗ ଦଳ ଜିଲା ସଭାପତି ଜିତେନ୍ଦ୍ର ବେହେରା, ଡମ୍ବରୁଧର ମହାପାତ୍ର, ହେମନ୍ତ ଦାସ, କସ୍ତୁରୀ ସରକାର, ସୁସନ୍ଧ୍ୟା ପାତ୍ର, ବିପିନ ପଣ୍ଡା, ରାଜେନ୍ଦ୍ର ଦାସ, ପ୍ରସନ୍ଜିତ ଦାସ, ରମେଶ ଜେନା, ମହେଶ ଦାସ, ନୟନ ଦାସ, ଗୌରାଙ୍ଗ ସେଠୀ ପ୍ରମୁଖ ସନାତନ ଧର୍ମ ରକ୍ଷା ନିମନ୍ତେ ହିନ୍ଦୁ ମାନଙ୍କ ଏକତା, ମତ ପନ୍ଥ ସବୁ ମିଶି ସଂଘଠିତ ହେବା ପାଇଁ ନିଜ ନିଜ ବ୍ୟକ୍ତବ୍ୟରେ ଉଲ୍ଲେଖ କରିବା ସହ ଯୁବକ ମାନଙ୍କ ଶୋର୍ଯ୍ୟ, ବୀରତା ପାଇଁ ଶିବାଜୀ, ସୁବାଷ ବୋଷ, ପୃଥ୍ୱୀରାଜ, ବିବେକାନନ୍ଦ, ବାଘାଯତୀନ ଆଦି ମହାପୁରୁଷ ମାନଙ୍କ ଉଦାହରଣ ଓ ପ୍ରେରଣାପ୍ରଦ ଜୀବନୀ ଉପରେ ଆଲୋକପାତ କରି ଉପସ୍ଥିତ ଶତାଧିକ ଯୁବକମାନଙ୍କ ମଧ୍ୟରେ ଶକ୍ତି ଉନ୍ମାଦ ପ୍ରେରଣା ପ୍ରଦାନ କରିଥିଲେ ।
