ବାଲେଶ୍ୱର : ବିଜେଡି ପକ୍ଷରୁ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ବିଜେଡିର ନେତୃ ବୃନ୍ଦ ଓ କର୍ମୀଙ୍କ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭୂତ ପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ସିନେମା ଛକ ସ୍ଥିତ ସହିଦ ପାର୍କରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏଥିସହ ସହରରେ ଥିବା ସମସ୍ତ ମହାପୁରୁଷ ବ୍ୟାସ କବି ଫକୀର ମୋହନ ସେନାପତି, ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କଲାମ, ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଥିଲା ।
ପୌରାଧ୍ୟକ୍ଷା ସବିତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂର୍ବତନ ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ଜିଲା ବିଜେଡିର ବରିଷ୍ଠ ପଦାଧିକାରୀ ଯଯାତି କେଶରୀ ଦାସ, କାଉନସିଲର ଏବଂ ଯୁବ ନେତା ସଞ୍ଜୀବ ଦାସ, ଅମିତ ଦାସ, ଅନିନ୍ଦ୍ୟ ପଣ୍ଡା, ପ୍ରୀତି ଲତା ସେଠୀ, ଶମ୍ଭୁ ସିଂ, ରଞ୍ଜିତା ମହା ପାତ୍ର, ବ୍ରିଟ୍ ଚେୟାର ମ୍ୟାନ ଆଲୋକ କୁମାର ସାହୁ, ଶକ୍ତି ପଦ ରାୟ, ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ସିମନ ଦାସ ମହାପାତ୍ର, ପୂର୍ବତନ ସରପଞ୍ଚ ଅନିରୁଦ୍ଧ ପ୍ରଧାନ, ଅଜୟ ସାମଲ, ଜିଲା ବିଜେଡି ଏସ୍ସି ସେଲ ସଭାପତି ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ଯୁବ ନେତା ଭାଗବତ ସାହୁ, ବଂଶୀଧର ଦଳେଇ, ଶୁଭମ ସାଇ ମହାପାତ୍ର, ମିନତୀ ସେଠୀ, ସୋନାଲି ସାହା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
