ଆଜି ଲଞ୍ଚ ହେବ Nokia G42 ୫ଜି ସ୍ମାର୍ଟଫୋନ୍, ଜାଣନ୍ତୁ କଣ ରହିଛି ଫିଚର୍ସ
ନୂଆଦିଲ୍ଲୀ : ଆଜି ଲଞ୍ଚ ହେବ ନୋକିଆର ନୂଆ ମଡେଲ Nokia G42 ୫ଜି ସ୍ମାର୍ଟଫୋନ୍ । ଏନେଇ ୟୁଜରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଲଞ୍ଚ ପୂର୍ବରୁ ନୋକିଆ ନୂଆ ୫ଜି ସ୍ମାର୍ଟଫୋନ୍ Nokia G42 ୫ଜିକୁ ଭାରତୀୟ ୟୁଜରଙ୍କ ପାଇଁ ଏକ ନୂଆ ତଥା ଆକର୍ଷଣୀୟ କଲରରେ ଆଣିବ ବୋଲି ସୂଚନା ମିଳିଛି ।
ନୋକିଆ ସୁଲଭ ମୂଲ୍ୟରେ ନିଜ ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ମଡେଲ ଆଣିଥାଏ । ମୋବାଇଲ ୟୁଜରମାନେ କିଭଳି ଫୋନ କିଣିବା ପାଇଁ ଆକର୍ଷିତ ହେବେ ସେଥିପାଇଁ ପ୍ରତ୍ୟେକ ମୋବାଇଲ କମ୍ପାନୀ ଚେଷ୍ଟା ଜାରି ରଖିଥାନ୍ତି । କିନ୍ତୁ ନୋକିଆ ଏଥର କିଛି ଭିନ୍ନ ଢଙ୍ଗରେ ନିଜର ନୂଆ ମଡେଲ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ତେଣୁ ମୋବଇଲ ୟୁଜରମାନେ ଏହି ଫୋନ ନକିଣି ରହି ପାରିବେନି । କାରଣ ଏହି ଫୋନର କଲର ସମସ୍ତଙ୍କୁ ଆକର୍ଷିତ କରିଛି । କମ୍ପାନୀ Nokia G42 ୫ଜିକୁ ଏହାର ଅଫିସିଆଲ୍ ୱେବସାଇଟରେ ନୂଆ କଲର ଅପ୍ସନରେ ଟିଜ୍ କରିଛି ।
Nokia G42 ୫ଜି ପ୍ରଥମେ ପର୍ପଲ କଲରରେ ଟିଜ୍ ହୋଇଥିଲା । କମ୍ପାନୀ ଏକ ଅଫିସିଆଲ ଟିଜର ସହିତ ସୂଚନା ଦେଇଥିଲା ଯେ ଅପକମିଂ ନୋକିଆ ସ୍ମାର୍ଟଫୋନ୍ ସେପ୍ଟେମ୍ବର ୧୧ରେ ଲଞ୍ଚ ହେବ । ଏହା ସହିତ କମ୍ପାନୀ ଫୋନର କିଛି ସ୍ପେସିଫିକେସନ ବିଷୟରେ ମଧ୍ୟ ସୂଚନା ଦେଇଛି । ନୋକିଆର ଅଫିସିଆଲ୍ ୱେବସାଇଟରେ ଜାରି ହୋଇଥିବା ଟିଜର ଅନୁଯାୟୀ Nokia G42 ୫ଜିକୁ ପିଙ୍କ କଲର ଅପ୍ସନରେ ମଧ୍ୟ ଅଣାଯାଉଛି । କିନ୍ତୁ Nokia G42 ୫ଜିର ନୂଆ କଲର ଭାରିଆଣ୍ଟ ବିଷୟରେ କମ୍ପାନୀ ଏପର୍ଯ୍ୟନ୍ତ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ସୂଚନା ପ୍ରକାଶ କରି ନାହିଁ ।
ଫିଚର :
କମ୍ପାନୀ ଦାବି କରିଛି ଯେ ଫୋନ ୟୁଜରଙ୍କ ପାଇଁ Nokia G42 ୫ଜିକୁ ଫାଷ୍ଟ ଏକ୍ସପେରିଏନ୍ସ ସହିତ ଅଣାଯାଉଛି । ଏହା ସହିତ ଫୋନର ବ୍ୟାଟେରୀ କୁ ନେଇ କମ୍ପାନୀ ମଧ୍ୟ ଦାବି କରିଛି ଯେ ଫୋନରେ ଦମଦାର ବ୍ୟାଟେରୀ ଦିଆଯାଉଛି । Nokia G42 ୫ଜି ଅକ୍ଟାକୋର କ୍ୱାଲକମ୍ ସ୍ନାପଡ୍ରାଗନ୍ ୪୮୦+ ଚିପସେଟ ସହିତ ଆସିବ । କମ୍ପାନୀ ନୂଆ ଫୋନରେ ୬.୫୬ ଇଞ୍ଚର ଏଚଡ଼ି+ ଡିସପ୍ଲେ ସହିତ ୭୨୦×୧୬୧୨ ପିକ୍ସେଲ ରିଜୋଲ୍ୟୁସନ ଏବଂ ୯୦ଏଚଜେଡ଼ ରିଫ୍ରେସ ରେଟ ସହିତ ଆସିବ ।
Nokia Nokia G42 ୫ଜି ୬ଜିବି ରାମ ଏବଂ ୫ଜିବି ଭର୍ଚୁଆଲ୍ ରାମ ସପୋର୍ଟ ସହିତ ଆସିବ । ଏହି ଫୋନରେ ୧୨୮ଜିବି ବିଲ୍ଟ ଇନ୍ ଷ୍ଟୋରେଜ୍ ମିଳିବ । ଫୋନକୁ ଟ୍ରିପଲ ରିୟର କ୍ୟାମେରା ୫୦ଏମପି + ୨ଏମପି + ୨ଏମପି ସେଟଅପ୍ ସହିତ ଅଣାଯାଉଛି । ଫୋନରେ ୮ଏମପି ଫ୍ରଣ୍ଟ କ୍ୟାମେରା ରହିଛି । ତେବେ Nokia G42 ୫ଜି ସ୍ମାର୍ଟଫୋନ୍ ପର୍ପଲ, ଗ୍ରେ ଏବଂ ପିଙ୍କ କଲର ଅପ୍ସନରେ ଆସିବ ।
