ଏହିସବୁ ଫଳ ଠାରୁ ଦୂରେଇ ରୁହନ୍ତୁ ଡ଼ାଇବେଟିସ ରୋଗୀ, ଜାଣନ୍ତୁ କଣ ପାଇଁ
ମଧୁମେହ ଏଭଳି ଏକ ରୋଗ ଅଟେ ଯାହାର କୌଣସି ଉପଶମ ନାହିଁ । ଖାଦ୍ୟପେୟର ସଠିକ୍ ଯତ୍ନ ନେବା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ମଧୁମେହ ରୋଗୀ ମିଠା ଖାଇବା ଉଚିତ୍ ନୁହେଁ । ଏପରି ପରିସ୍ଥିତିରେ, ମଧୁମେହ ରୋଗୀଙ୍କୁ ମିଠା ଫଳ ଖାଇବାଠାରୁ ମଧ୍ୟ ଦୂରେଇ ରହିବାକୁ ପଡିବ । କିଛି ଫଳ ରକ୍ତରେ ଶର୍କରା ସ୍ତରକୁ ବେଶ ବଢାଇ ଦେଇଥାଏ । ତେବେ ଆସନ୍ତୁ ସେହି ଫଳ ବିଷୟରେ ଆଲୋଚନା କରିବା ଯାହା ମଧୁମେହ ରୋଗୀ ଆଦୌ ଖାଇବା ଉଚିତ୍ ନୁହେଁ ।
ଏହି ଫଳଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ :
କମଳା – ଭିଟାମିନ୍ (ସି)ରେ ଭରପୂର କମଳା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହୋଇଥାଏ । କିନ୍ତୁ ମଧୁମେହ ରୋଗୀମାନେ ଏହାକୁ ଖାଇବା ଉଚିତ୍ ନୁହେଁ । କମଳା ରକ୍ତରେ ଶର୍କରା ସ୍ତରକୁ ଶୀଘ୍ର ବଢାଇଥାଏ । ଯଦି କୌଣସି ମଧୁମେହ ରୋଗୀ କମଳା ଖାଇବାକୁ ଚାହାଁନ୍ତି, ତେବେ ସେମାନେ ସବୁଜ କିମ୍ବା ଖଟା କମଳା ଖାଇପାରିବେ।
ଅଙ୍ଗୁର – ଅଙ୍ଗୁର ମଧୁମେହକୁ ଅସନ୍ତୁଳିତ କରିଥାଏ । ଅଙ୍ଗୁରରେ ପ୍ରାକୃତିକ ଚିନି ଭରପୂର ମାତ୍ରାରେ ରହିଥାଏ ଯାହା ରକ୍ତରେ ସହଜରେ ମିଳେଇ ଯାଇଥାଏ । ଏହି କାରଣରୁ ଶରୀରରେ ଚିନି ସ୍ତର ଶୀଘ୍ର ବଢିଥାଏ । ତେଣୁ ମଧୁମେୟ ରୋଗୀ ଅଙ୍ଗୁର ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
କଦଳୀ – କଦଳୀରେ କାର୍ବସ୍ ଓ ଶୀଘ୍ର ହଜମ ହେଉଥିବା ଥିବା ଫାଇବର ରହିଥାଏ । ଏହା ରକ୍ତରେ ଶର୍କରା ପରିମାଣକୁ ବଢାଇଥାଏ । ଯେଉଁ କାରଣରୁ ମଧୁମେହ ଅସନ୍ତୁଳିତ ହୋଇଥାଏ । ଏହି କାରଣରୁ ମଧୁମେୟ ରୋଗୀ କଦଳୀ ଖାଇବା ଆଦୌ ଉଚିତ୍ ନୁହେଁ ।
ଚିକୁ – ଚିକୁ ଅତ୍ୟନ୍ତ ମିଠା ଫଳ ଅଟେ । ମଧୁମେହ ରୋଗୀଙ୍କୁ ମିଠା ଖାଇବା ଠାରୁ ଦୂରେଇ ରହିଥାଆନ୍ତି । ଚିକୁ ଖାଇବା ଦ୍ୱାରା ହଠାତ୍ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ତେଣୁ ଏହି ରୋଗୀମାନେ ଆଦୌ ଚିକୁ ଖାଇବା ଉଚିତ୍ ନୁହେଁ ।
ସପୁରୀ – ମଧୁମେହ ପାଇଁ ସପୁରୀ ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହା ମଧ୍ଯ ଖୁବଶୀଘ୍ର ରକ୍ତରେ ଶର୍କରା ସ୍ତରକୁ ବଢାଇଥାଏ । ସପୁରୀ ଖାଇବା ଦ୍ବାରା ବାରମ୍ବାର ପରିସ୍ରା ଲାଗିବା ଓ ଅତ୍ୟଧିକ ଭୋକ ଲାଗିବା ପରି ଲକ୍ଷଣ ଦେଖାଦେଇଥାଏ ।
