ଆଜି ଦେଖାଯିବ ଆଶ୍ଚର୍ଯ୍ୟଜନକ ଦୃଶ୍ୟ “ସୁପର ବ୍ଲୁ ମୁନ”, ଜାଣନ୍ତୁ କାହିଁକି ଏପରି ଦେଖାଯିବ ଚନ୍ଦ୍ର
ଚଳିତ ବର୍ଷ ଆଜି (ଅଗଷ୍ଟ ୩୦) ତାରିଖ ଆକାଶରେ ଦେଖାଯିବା “ସୁପର ବ୍ଲୁ ମୁନ” । ହେଲେ କାହିଁକି ଏହି ଚନ୍ଦ୍ରକୁ “ସୁପର ବ୍ଲୁ ମୁନ” କୁହାଯାଏ? ବୁଧବାର ରାତିରେ ଆକାଶରେ ତିନୋଟି ଘଟଣା ଏକ ସମୟରେ ଘଟିବାକୁ ଯାଉଛି। ଚଳିତ ବର୍ଷର ଶେଷ ସୁପରମୁନ୍ ଆସନ୍ତା ସେପ୍ଟେମ୍ବର ମାସରେ ଦେଖାଯିବ। ଯାହାର ନାମ ହେଉଛି “ହାର୍ଭେଷ୍ଟ ମୁନ”।
ରଙ୍ଗ ସହିତ ନାହିଁ କୌଣସି ସମ୍ପର୍କ : ଚନ୍ଦ୍ରର ରଙ୍ଗ ସହିତ “ସୁପର ବ୍ଲୁ ମୁନ” ର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ। ଆସନ୍ତାକାଲି ଦୃଶ୍ୟମାନ ହେବାକୁ ଯାଉଥିବା ଚନ୍ଦ୍ରର ରଙ୍ଗ କମଳା ହେବ। ଅଗଷ୍ଟ ମାସରେ ଏହା ଦ୍ୱିତୀୟ ପୂର୍ଣ୍ଣିମା ହେବ।
ଗୋଟିଏ ମାସରେ ଦୁଇଟି “ସୁପରମୁନ୍” : ଚନ୍ଦ୍ର ଦୁଇ ପ୍ରକାରର ହୋଇଥାଏ। ଅଗଷ୍ଟ ମାସରେ ଦୃଶ୍ୟମାନ ହୋଇଥିବା “ବ୍ଲୁ ସୁପରମୁନ୍” ପ୍ରଥମ ବର୍ଗରେ ରହିଛି। ଗୋଟିଏ ମାସରେ ଦୁଇଟି ଦୁଇଟି “ସୁପରମୁନ୍” ଦେଖାଯିବାକୁ ଯାଉଛି।
ଅଗଷ୍ଟ ୧ ତାରିଖରେ ଦେଖାଯାଇଥିଲା “ସୁପର ମୁନ”: ଗତ ୧ ତାରିଖରେ “ଷ୍ଟୁର୍ଗନ ମୁନ” ଦୃଶ୍ୟମାନ ହେଉଥିଲା ବର୍ତ୍ତମାନ ଦ୍ୱିତୀୟ ସୁପରମୁନ୍ ଅଗଷ୍ଟ ୩୦ ତାରିଖରେ ଦେଖିବାକୁ ମିଳିବ। ଅଗଷ୍ଟ ୩୦ ତାରିଖରେ ଦୃଶ୍ୟମାନ ହେଉଥିବା ସୁପରମୁନ୍ “କ୍ୟାଲେଣ୍ଡର ବ୍ଲୁ ମୁନ୍” ମଧ୍ୟ କୁହାଯାଏ।
ଆସନ୍ତା ୨୦୨୬ ବର୍ଷରେ ଦେଖାଯିବ “ବ୍ଲୁ ସୁପର ମୁନ୍” : ଏପରି ଚନ୍ଦ୍ର ଦୁଇରୁ ତିନି ବର୍ଷର ବ୍ୟବଧାନରେ ଦୃଶ୍ୟମାନ ହୋଇଥାଏ। ବର୍ତ୍ତମାନ ପରବର୍ତ୍ତୀ “ବ୍ଲୁ ସୁପର ମୁନ୍” ଆସନ୍ତା ୨୦୨୬ ମେ ୩୧ ତାରିଖରେ ଦେଖାଯିବ।
ସେପ୍ଟେମ୍ବରରେ ଦୃଶ୍ୟମାନ ହେବ “ହାର୍ଭେଷ୍ଟ ମୁନ”: ପରବର୍ତ୍ତୀ ପୂର୍ଣ୍ଣିମା ସେପ୍ଟେମ୍ବର ୨୯ ତାରିଖରେ “ହାର୍ଭେଷ୍ଟ ମୁନ” ଦୃଶ୍ୟମାନ ହେବ। ଏହା ବ୍ୟତୀତ ଚଳିତ ବର୍ଷର ସବୁଠାରୁ ପ୍ରସିଦ୍ଧ ପୂର୍ଣ୍ଣିମା ମଧ୍ୟରୁ ଗୋଟିଏ ହେବ। ଚଳିତ ବର୍ଷର ଶେଷ ସୁପରମୁନ୍ ଆସନ୍ତା ସେପ୍ଟମ୍ବର ୨୯ ତାରିଖରେ ଦୃଶ୍ୟମାନ ହେବ।
