ବାଲେଶ୍ୱର : ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଏଚ୍ଆଇଭି ଏଡସ୍ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ସଂସ୍ଥା, ଜିଲା ଏଡସ୍ ନିରାକରଣ ଓ ନିଅନ୍ତ୍ରଣ ୟୁନିଟ୍ ଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଜନସଂଖ୍ୟା ଅଧ୍ୟୟନ ବିଭାଗର ମିଳିତ ଆନୁକୂଲ୍ୟରେ ଏଚ୍ଆଇଭି ଏଡସ୍ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ସଭାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ରମାନଙ୍କୁ ଏଚ୍ଆଇଭି ପରି ଏକ ମାରାତ୍ମକ ରୋଗର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଯୋଗଦେଇ ଜାତୀୟ ସେବା ସଂସ୍ଥା ଦ୍ୱାରା ଆୟୋଜନ କରାଯାଇଥିବା ଏହିପରି ଏକ ଅଭିନବ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ଆମନ୍ତ୍ରିତ ବକ୍ତା ଭାବେ ବାଲେଶ୍ୱର ଜିଲା ଏଡସ୍ ନିରାକରଣ ଓ ନିଅନ୍ତ୍ରଣ ୟୁନିଟ୍ର ନୋଡାଲ ଅଫିସର ଡ. ଶଶାଙ୍କ ଶେଖର ଚୌଧୁରୀ ଯୋଗ ଦେଇ ଛାତ୍ରୀଛାତ୍ରମାନେ ସଚେତନ ରହିଲେ ମାନବ ସମାଜ ଏଡସ୍ ପରି ଏକ ମାରାତ୍ମକ ବ୍ୟାଧିରୁ ମୁକ୍ତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଜିଲା ଏଡସ୍ ନିରାକରଣ ଓ ନିଅନ୍ତ୍ରଣ ୟୁନିଟ୍ର ପ୍ରକଳ୍ପ ପରିଚାଳକ ରଶ୍ମିତା ମହାନ୍ତି ଯୋଗଦେଇ ସଭାରେ ଉପସ୍ଥିତ ଥିବା ଛାତ୍ରୀଛାତ୍ରମାନଙ୍କୁ ଏଚ୍ଆଇଭି ଏଡସ୍ ରୋଗ ବିଷୟରେ ସଚେତନ କରାଇଥିଲେ । ବିଶ୍ୱବିଦ୍ୟାଳୟର ଜାତାୟ ସେବା ସଂସ୍ଥାର ସଂଯୋଜକ ଡ. ଅମୁଲ୍ୟ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ରଖିଥିଲେ ଓ ସ୍ନାତକୋତ୍ତର ଜନସଂଖ୍ୟା ଅଧ୍ୟୟନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ. ଗ୍ରେସ ବହଲେନ ମୁଂଦୁ ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ଡ. ପ୍ରତିମା ପ୍ରଧାନ ଓ ଡ. ଜଗନ୍ନାଥ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
