ବାଲେଶ୍ୱର : ଫକୀରମୋହନ ବିଶ୍ବବିଦ୍ୟାଳୟରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ବବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ବ କରି ଅଭିଭାଷଣ ମାଧ୍ୟମରେ ନିଜର କାର୍ଯ୍ୟଦକ୍ଷତା ଆଗରେ ବୟସ ବି ହାରମାନେ ବୋଲି ମତପୋଷଣ କରିଥିଲେ।
ଅତିଥି ଭାବେ ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ, ଡ. ଶିରିଶ ଚନ୍ଦ୍ର ଜେନା, ଗୋପୀନାଥ ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରଫେସର ବିଷ୍ଣୁ ପ୍ରସାଦ ଦାସ, ପ୍ରଫେସର ଲକ୍ଷ୍ମୀନାରାୟଣ ଦାସ, ପ୍ରଫେସର ହୃଦାନନ୍ଦ ଛାଟଇ, ପ୍ରଫେସର ଅକ୍ଷୟ କୁମାର ବରିହା, ପ୍ରଫେସର ବିନୟ କୁମାର ଦାସ ପ୍ରମୁଖ ଯୋଗଦେଇ ନିଜ ନିଜର ଜୀବନାନୁଭୂତି ଏବଂ ପାରିପାର୍ଶ୍ବିକ ଅବସ୍ଥିତି ବର୍ତ୍ତମାନ ସମାଜରେ ବରିଷ୍ଠ ନାଗରିକ ମାନଙ୍କର ଅବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯକ୍ରମରେ ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ଯୋଗଦେଇ ସଭାକାର୍ଯ୍ୟକୁ ସାଫଲ୍ୟ କରିଥିଲେ। ଶେଷରେ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ. ଦେବାଶିଷ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
