ବିଏସଏନଏଲର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ, ଥରେ ରିଚାର୍ଜ କଲେ ୯୦ ଦିନ ଟେନସନ ଫ୍ରି
ବିଏସଏନଏଲ ଗ୍ରାହକଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର । କାରଣ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ଅନେକ ଗୁଡିଏ ସୁବିଧା ସୁଯୋଗ ଆଣୁଛି ଉଭୟ ଇଣ୍ଟରନେଟ ଡାଟା ଓ କଲିଂ ପାଇଁ । ଗ୍ରାହକଙ୍କୁ କମ ଦରରେ କିପରି ଅଧିକ ଲାଭ ଯୋଗାଇ ହେବ ସେନେଇ ଅନେକ ସମୟରେ ବିଏସଏନଏଲ ପ୍ଲାନ ପ୍ରସ୍ତୁତ କରିଥାଏ । ସେହିପରି ବର୍ତ୍ତମାନ ଆପଣଙ୍କୁ ଯେଉଁ ପ୍ଲାନ ବିଷୟରେ କହିବାକୁ ଯାଉଛୁ ସେଥିରେ ଆପଣଙ୍କ ପକେଟକୁ ବାଧିବାର କୌଣସି କାରଣ ନାହିଁ । ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ବିଏସଏନଏଲ ଏକ ଦୀର୍ଘ ଦିନର ଭ୍ୟାଲିଡିଟି ଥିବା ପ୍ଲାନ ପ୍ରଦାନ କରୁଛି ଯାହାର ଲାଭ ଆପଣ ମଧ୍ୟ ପାଇ ପାରିବେ ।
ଆପଣ ଜାଣି ରଖିବା ଉଚିତ ଯେ, ଅନେକ ମହଙ୍ଗା ରିଚାର୍ଜ ପ୍ଲାନ ଭିତରେ ବିଏସଏନଏଲ ଏକ ଶସ୍ତା ରିଚାର୍ଜ ପ୍ଲାନ ମଧ୍ୟ ରଖିଛି । କମ୍ପାନୀ ଏହାର ରିଚାର୍ଜ ପୋର୍ଟଫୋଲିଓ କୁ ଅନେକ ବିଭାଗରେ ବିଭକ୍ତ କରିଛି । ଯଦି ଆପଣ ବିଏସଏନଏଲ ଗ୍ରାହକ ଏବଂ ଲମ୍ୱା ସମୟ ଧରି ଗୋଟିଏ ରିଚାର୍ଜରେ ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣ ବିଏସଏନଏଲର ୯୦ ଦିନ ଅର୍ଥାତ ୩ ମାସିଆ ପ୍ଲାନ ନେଇ ପାରିବେ । ତେବେ ରିଚାର୍ଜ କରିବା ପୂର୍ବରୁ ଆପଣ ଜାଣି ରଖିବା ଉଚିତ ଯେ, ଏହି ପ୍ଲାନରେ ଆପଣଙ୍କୁ କଣ ସବୁ ସୁବିଧା ମିଳିବ ।
ବିଏସଏନଏଲ ଗ୍ରାହକମାନେ ୯୦ ଦିନର ବୈଧତା ଥିବା ରିଚାର୍ଜ ପ୍ଲାନ ନେବାକୁ ଚାହୁଁଥିଲେ ଆପଣଙ୍କୁ ମାତ୍ର ୪୩୯ ଟଙ୍କାର ପ୍ଲାନ ନେବାକୁ ପଡିବ । ଅର୍ଥାତ ଆପଣ ୪୩୯ ଟଙ୍କା ରିଜାର୍ଜ କରିପାରିବେ । ଅନ୍ୟ ଟେଲିକମ କମ୍ପାନୀ ଗୁଡିକ ଅପେକ୍ଷା ବିଏସଏନଏଲ ଖୁବ କମ ଦରରେ ଅଧିକ ଦିନର ବୈଧତା ସହିତ ଗ୍ରାହକଙ୍କୁ ସେବା ପ୍ରଦାନ କରିଥାଏ । ତେବେ ଏହି ଯୋଜନା ବିଶେଷ କରି ସେହି ଲୋକମାନଙ୍କ ପାଇଁ ଅଧିକ ଲାଭଦାୟକ ଯେଉଁମାନଙ୍କର ଇଣ୍ଟରନେଟ ଡାଟା ଖୁବ କମ ଆବଶ୍ୟକ ପଡିଥାଏ । ଯେଉଁମାନେ ଅଧିକ କଲ୍ ଉପରେ ନିର୍ଭର କରିଥାନ୍ତି ସେମାନଙ୍କ ପାଇଁ ଏହା ଅଧିକ ଲାଭଜନକ । କାରଣ ଏହି ପ୍ଲାନଟି ସମ୍ପୂର୍ଣ୍ଣ ଭାବରେ କଲିଂ ପ୍ଲାନ ବୋଲି ଆପଣ କହିପାରିବେ ।
ତେବେ ଏହି ୯୦ ଦିନିଆ ରିଚାର୍ଜ ପ୍ଲାନରେ ବିଏସଏନଏଲ କମ୍ପାନୀ ଗ୍ରାହକଙ୍କୁ ଏସଏମଏସ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଏହି ପ୍ଲାନ ନେବାକୁ ଚାହୁଁଥିଲେ ଆପଣଙ୍କୁ ମାତ୍ର ୫ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯଦି ଆପଣ କଲ ବ୍ୟତୀତ ଅନ୍ୟ କୌଣସି ସୁବିଧା ନେବାର ଆବଶ୍ୟକତା ନାହିଁ ତେବେ ଆପଣ ଆଉ କୌଣସି ରିଚାର୍ଜ କରନ୍ତୁ ନାହିଁ ।
କିନ୍ତୁ ଆପଣଙ୍କୁ ଏକଥା ମଧ୍ୟ ଜଣାଇବାକୁ ଚାହୁଁ ଯେ, ଯଦି ଆପଣଙ୍କୁ ଇଣ୍ଟରନେଟ ଡାଟାର ଆବଶ୍ୟକ ପଡିଥାଏ ତେବେ ଆପଣ ବିଏସଏନଏଲର ୫୯୯ ଟଙ୍କାର ପ୍ଲାନ ନେଇପାରିବେ । କିନ୍ତୁ ଏହି ପ୍ଲାନରେ ଆପଣ ୮୪ ଦିନର ବୈଧତା ପାଇବେ । ଆପଣଙ୍କୁ ବିଏସଏନଏଲ ପ୍ରତିଦିନ ୨ଜିବି ଡାଟା ପ୍ରଦାନ କରିବ । ଏଥିସହ ୮୪ ଦିନ ପର୍ଯ୍ୟନ୍ତ ଆପଣଙ୍କ ଚିନ୍ତା ଦୂର କରିବା ପାଇଁ ବିଏସଏନଏଲ ପକ୍ଷରୁ ଆପଣଙ୍କୁ ଫ୍ରି କଲିଂର ସେବା ମିଳିବ ।
