ହାଇୱା ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା
ନୟାଗଡ଼ : ନୟାଗଡ଼ ଜିଲା ଭାପୁର ବଜାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ହାଇୱା ଧକ୍କାରେ ଯୁବକ ମୃତ। କ୍ଷତିପୂରଣ ଦାବିରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଫଳରେ ଯାତୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ସହ ସହ ଗାଡି ଅଟକ ରହିଛି।
ସୂଚନା ଯେ, ଖଣ୍ଡପଡ଼ାରୁ ଫତେଗଡ ଅଭିମୁଖେ ଆସୁଥିବା ଏକ ମାଲ ବୋଝେଇ ହାଇୱା ଭାପୁର ବଜାର ସାମନ୍ନାରେ ଦ୍ରୁତ ଗତି ଆସିଥିବାରୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଦୁଘର୍ଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହେଲେ ଫତେଗଡ ପଂଚାୟତ ପିଠାଖାଇ ଅଂଚଳର ଟୁକୁନା ବେହେରା। ଖବର ପାଇ ଘଟଣାସ୍ଥଳରେ ଫତେଗଡ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି।
