ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ
ଭଞ୍ଜନଗର : ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ନିକଟରେ ଏକ ବାଘର ମୃତ୍ୟୁ । ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବାଘଟିକୁ ଏକ ଗାଡ଼ି ଧକ୍କା ଦେଇଥିଲା । ଖବରପାଇ ବନ ବିଭାଗ ଦ୍ବାରା ବାଘକୁ ଉଦ୍ଧାର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାଘଟିକୁ ପ୍ରାୟ ୩ ବର୍ଷ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
