ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ନୀଳଗିରି : ରାଜ୍ୟ ସରକାରଙ୍କ ନୂତନ ପରିକଳ୍ପନାରେ ନବଗଠିତ ୧୪ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟର ଆଦିବାସୀ (ଜନଜାତି)ଙ୍କ କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା, ବିକାଶ, ଏବଂ ପରମ୍ପରାକୁ ବଳବତ୍ତର କରିବା ତଥା ତାଙ୍କର ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ବାଲେଶ୍ୱର ଜିଲା ଆନୁକୂଲ୍ୟରେ ତଥା ପରିଷଦର ନବନିଯୁକ୍ତ ଚେୟାରମେନ ମଦନ ମୋହନ ମାଝୀଙ୍କ ଆହ୍ୱାନ ଏବଂ ଆଦିବାସୀ ସଂଗଠନର ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଚଳିତବର୍ଷ ୨୦୨୩ ବିଶ୍ୱ ଜନଜାତି ଦିବସ ନୀଳଗିରି ବ୍ଲକ୍ ଅଧୀନ ସଜନାଗଡ଼ ସ୍ଥିତ ମା’ ଭୁଦାରଚଣ୍ଡୀ ସମ୍ମୁଖସ୍ଥ ଉଡ଼ାପଡ଼ିଆ ଠାରେ ଆସନ୍ତା ୯ ତାରିଖ ବୁଧବାର ପୂର୍ବାହ୍ନ ୯ଟା ୩୦ ଠାରୁ ଦିବସ ବ୍ୟାପୀ ଜାକଜମକରେ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ଏଥିରେ ଆଦିବାସୀ ସମ୍ପ୍ରଦାୟର ସମସ୍ତ ଭାଈଭଉଣୀମାନଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ତାଙ୍କର ପାରମ୍ପରିକ ବେଶଭୂଷା ଏବଂ ବାଦ୍ୟ ଯନ୍ତ୍ର ସହ ବିପୁଳ ସଂଖ୍ୟାରେ ଯୋଗ ଦେଇ ସମାରୋହକୁ ସାଫଲ୍ୟ ମଣ୍ଡିତ କରିବାକୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଆହ୍ୱାନ କରାଯାଇଛି ।
