ସୋର ଷ୍ଟେସନରେ ଅଘଟଣ, ଗାର୍ଡ ବଗି ଛାଡ଼ି ପଳାଇଲା କୋଇଲା ବୋଝେଇ ଟ୍ରେନ୍
ସୋର : ସୋର ଷ୍ଟେସନରେ ଅଘଟଣ । ଗାର୍ଡ ବଗି ଛାଡ଼ି ପଳାଇଲା କୋଇଲା ବୋଝେଇ ଟ୍ରେନ୍ । ଦୁଇଶହ ମିଟର ପଳାଇଲା ମାଲଗାଡ଼ି ।
ଆଜି ସକାଳେ ଡାଉନ୍ ଲାଇନରେ ଖଡଗପୁର ଦିଗକୁ ଏକ କୋଇଲା ବୋଝେଇ ଟ୍ରେନ ଯାଉଥିଲା । ମାତ୍ର ଷ୍ଟେସନ ଠାରୁ ୨ଶହ ମିଟର ଯିବା ପରେ ଗାର୍ଡ ବଗି ଛାଡି ଚାଲି ଯାଇଥିଲା କୋଇଲା ବୋଝେଇ ଟ୍ରେନ୍ । ୩୦ ମିନିଟ୍ ପରେ ବାହାନଗା ଷ୍ଟେସନ ପୂର୍ବରୁ ଫେରିଥିଲା ଟ୍ରେନ୍ । ପୁଣି ଗାର୍ଡ ବଗି ସଂଯୋଗ କରି ଗନ୍ତବ୍ୟ ସ୍ଥଳକୁ ଅଭିମୁଖେ ଯାଇଥିଲା ।
