ଓଲନ୍ଦା ସାରଗାଁରେ ସଦର ବିଜେପିର ମହା ଜନସମ୍ପର୍କ ଅଭିଯାନ
ବାଲେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଲନ୍ଦା ସାରଗାଁ ପଞ୍ଚାୟତରେ ମହା ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ସମଗ୍ର ଦେଶବ୍ୟାପୀ ଚାଲୁଅଛି । ମୋଦୀ ସରକାରଙ୍କ ୯ ବର୍ଷର ସଫଳତାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ସମ୍ପର୍କରୁ ସମର୍ଥନ ଅଭିଯାନର ମୂଳ ଲକ୍ଷ୍ୟ । ଏହି ଅଭିଯାନରେ ଆଜି ସଦର ବିଜେପିର ବରିଷ୍ଠ ନେତୃବୃନ୍ଦ ଓଲନ୍ଦା ସାରଗାଁ ପଞ୍ଚାୟତର ଗୁଡୁଦା ଗ୍ରାମରେ ସାଧାରଣ ଲୋକଙ୍କୁ ଭେଟି ମୋଦୀ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଲିଫଲେଟ ଦେଇଥିଲେ ।

୯ ବର୍ଷର ମୋଦୀ ସରକାର ଶାସନ ଗରିବକଲ୍ୟାଣ ପାଇଁ ସମର୍ପିତ । ସେବା, ସୁଶାସନ ଓ ଗରିବ କଲ୍ୟାଣ ହେଉଛି ବିଜେପି ସରକାରର ଭାବନା । ମୋଦୀ ସରକାର ସଦା ସର୍ବଦା ଗରିବ, କୃଷକ, ମହିଳା, ଯୁବକ, ଦଳିତ, ବଂଚିତ ଓ ଜନଜାତିଙ୍କ ପାଇଁ ସମର୍ପିତ । ମୋଦୀ ସରକାରଙ୍କ ୯ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳଜୀବନ ମିଶନରେ ପିଇବା ପାଣି, ଉଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ପରିବାରକୁ ମାସକୁ ମୁଣ୍ଡ ପିଛା ପାଞ୍ଚ କିଲୋ ଖାଦ୍ୟାନ୍ନ, କୋଭିଡ ସମୟରେ ଦେଶରେ ୨୨୦ କୋଟି ମାଗଣା ଟୀକା ପ୍ରଦାନ, ପିଏମ କିସାନ ଯୋଜନାରେ ଚାଷୀଙ୍କ ମୁଣ୍ଡ ପିଛା ୬ହଜାର ଟଙ୍କାର ସହାୟତା ଆଦି ପ୍ରଧାନମନ୍ତ୍ରୀଙ୍କ ଶପଥର ପ୍ରତିଫଳନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୯ ବର୍ଷ ଧରି ବିଜେପିର ସରକାର ଦେଶରେ ଏକ ଭ୍ରଷ୍ଟାଚାରମୁକ୍ତ ସରକାର ସ୍ଥାପନା କରିବା ସହିତ ବିକାଶର ଅନେକ ମାପଦଣ୍ଡରେ ଭାରତକୁ ଆଗେଇ ନେଉଛି । ଧାନର ଏମଏସପି ପ୍ରତିବର୍ଷ ବୃଦ୍ଧି କରିବା ସହ ଚାଷୀ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି । ଗରିବଙ୍କ ସେବା ସହ ମାଆ ଭଉଣୀ ମାନଙ୍କୁ ସ୍ୱାବଲମ୍ବୀ କରିବା, ଯୁବବର୍ଗଙ୍କୁ ରୋଜଗାର ଦେବା ଓ ଜନତାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ମୋଦୀ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ମୋଦୀଜୀଙ୍କ ସରକାରରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସବୁ ଯୋଜନାର ଲାଭ ପହଞ୍ଚୁଛି, ଏହା ହିଁ ୯ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣର ମୂଳ ଆଧାରଶିଳା ବୋଲି ଯୁବନେତା ମାନସ ଦତ୍ତ ପରିପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଆରତୀ ଦାସ, ସମିତିସଭ୍ୟା ରଶ୍ମିତା ନାୟକ, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି କାର୍ତ୍ତିକ ରାଉତ, ହରେନ୍ଦ୍ର ପ୍ରଧାନ, ମଣ୍ଡଳ ସାଧାରଣ ସମ୍ପାଦକ ପିତାମ୍ବର ଭୂୟାଁ, ପଞ୍ଚାୟତ ସଭାପତି ବିଷ୍ଣୁପଦ ପ୍ରଧାନ, ଅଶୋକ ଦାସ, ମାନସ ନାୟକ, ମନୋରଞ୍ଜନ ନାୟକ, କାର୍ତ୍ତିକ ପ୍ରଧାନ, କମଲଲୋଚନ ମନ୍ତ୍ରୀ, ଅଶୋକ ବାରିକ, କାଳିଆ ପ୍ରଧାନ, ସୁନୀଲ ସେଠୀ, ଭରତ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।
