ତୃତୀୟ ଶ୍ରୀକ୍ଷେତ୍ର ବାହୁଡ଼ା ଯାତ୍ରା, ଅଧା ବାଟରେ ଅଟକିଲେ ଚତୁର୍ଦ୍ଧାମୂର୍ତ୍ତି
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ନୀଳଗିରି : ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାଲେଶ୍ୱର ଜିଲା ନୀଳଗିରିରେ ମହାପ୍ରଭୁଙ୍କ ପ୍ରଥମ ଦିନର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି । ଗୁରୁବାର ପୂର୍ବାହ୍ନରେ ସମସ୍ତ ରୀତିନୀତି ପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇଥିଲେ । ଅପରାହ୍ନରେ ଗୁଣ୍ଡିଚା ମନ୍ଦିର ମନ୍ଦିର ସମ୍ମୁଖରେ ଥିବା ରଥକୁ ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ଆଡ଼କୁ ଶ୍ରଦ୍ଧାଳୁ ମାନେ ଟାଣି ଟାଣି ନେଇଥିଲେ ।
ପରମ୍ପରା ଅନୁସାରେ ୨ଦିନ ଧରି ନୀଳଗିରିରେ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିନରେ ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ଗୁଣ୍ଡିଚା ମନ୍ଦିର ନିକଟରୁ ରଥଟାଣି ବଡ଼ଦାଣ୍ଡ ଅଧାରାସ୍ତା ତଥା ଶଙ୍କରାଖୁଣ୍ଟା ପୋଖରୀ ସମ୍ମୁଖରେ ପହଞ୍ଚାଇଥିଲେ । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଗୋଟିଏ ରାତି ରହିବା ପରେ ପୁଣି ଶୁକ୍ରବାର ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ରଥଟଣା କାର୍ଯ୍ୟକ୍ରମକୁ ବିଡିଓ ରାହୁଲ ମଣ୍ଡଳ ଏବଂ ଭାରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ପରିଚାଳନା କରିଥିଲା ବେଳେ ପ୍ରଦୀପ୍ତ ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ । ବାହୁଡ଼ାଯାତ୍ରାରେ କାର୍ଯ୍ୟକ୍ରମରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଢେଙ୍କାନାଳର ଜିଲାପାଳ ସରୋଜ ସେଠୀ, ନୀଳଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ, ଏସ୍ଡିପିଓ ରିତେଶ କୁମାର ମହାପାତ୍ର, ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୂର୍ବତନ ଏମ୍ପି ଇଂ. ରବିନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ଏନ୍ଏସି ଅନୁସୂଚିତ ଜାତି ସଭାପତି ଶରତ ଦାସ, ସନ୍ତୋଷ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିଲା । ବହୁ ସଂଖ୍ୟାରେ ଲୋକ ସ୍ଥାନୀୟ କେସି ହାଇସ୍କୁଲ ପଡ଼ିଆରେ ଚାଲିଥିବା ପ୍ରଦର୍ଶନୀ ମେଳା ଦେଖିବାକୁ ଭିଡ଼ ଜମାଇଥିଲେ ।
