ବାହାନଗା ଟ୍ରେନ ଟ୍ରାଜେଡି ପ୍ରସଙ୍ଗ : ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ଆଉ ଜଣେ
Balasore: Rescue operation underway at the site where Coromandel Express, Bengaluru-Howrah Express and a goods train met with an accident, in Balasore district, on Saturday, June 03, 2023. At least 260 people were killed and 900 others suffered injuries, according to officials. (Photo: Biswanath swain/IANS)
କଟକ : ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡି ପ୍ରସଙ୍ଗ । ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବିରେ ଆଉ ଜଣଙ୍କର ମୃତ୍ୟୁ । ମୃତକ ହେଲେ ବିହାରର ଜାମୁଇ ଅଞ୍ଚଳର ମନିସ କୁମାର (୨୪) ।
ବାହାନଗା ଟ୍ରେନ୍ ଦୁର୍ଘଟଣା ମନିସ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍ସିବିର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗୁରୁବାର ମଧ୍ୟାହ୍ନରେ ମନିସଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।
ସୂଚନା ଯେ, ବର୍ତ୍ତମାନ ସୁଦ୍ଧା ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୯୩ରେ ପହଞ୍ଚିଛି । ଆହତଙ୍କ ସଂଖ୍ୟା ୮୦୦ରୁ ଅଧିକ ଥିଲା । କିନ୍ତୁ ଏବେ ସେ ଧୀରେ ଧୀରେ ସବୁ ଅସୁସ୍ଥ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।
