ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା
ଭୁବନେଶ୍ଵର : ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି। ଏହା ପ୍ରଭାବରେ ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଜୁଲାଇ ୧ ତାରିଖ ବେଳେକୁ ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ମଧ୍ୟ ବଢିବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ବଜ୍ରପାତ ହେବା ନେଇ ଚେତାବନୀ ଦିଆଯାଇଛି।ଏହି ସମୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, କେଉଁଝର, ମୟୁରଭଞ୍ଜ ଜିଲ୍ଲାର ବଜ୍ରପାତ ସହ ହାଲୁକା ବର୍ଷା ହେବାର ଅଧିକ ସମ୍ଭାବନା ରହିଛି ଏବଂ ଅନ୍ୟ ଜିଲା ମାନଙ୍କରେ ଗୋରୁ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।
ସୂଚନା ଯେ, ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ୧ ଜୁନରୁ ୨୯ ଜୁନ ୨୦୨୧ ସୁଦ୍ଧା ଓଡ଼ିଶାରେ ୧୮୦.୫ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୨ ୦୮୩ ମିମି ଠାରୁ ୧୩ ପ୍ରତିଶତ କମ ରହିଛି। ୧ ଜୁନ ରୁ ୨୯ ଜୁନ ମଧ୍ୟରେ ୧୪ ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ , ଗଜପତି, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୁରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ଵାଭିବିକ ବର୍ଷ ଠାରୁ ୨୦ ରୁ ୫୯ % ଯାଏଁ କମ ରହିଛି । ୬ ଜିଲ୍ଲା ସୁନ୍ଦରଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ କୋରାପୁଟ ଠାରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧୁକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ଅନୁଭୂତ ହୋଇଛି । ସେହିପରି ଆଜି ସୁଦ୍ଧା କୋରାପୁଟ ଜିଲ୍ଲାରେ ସର୍ବାଧୂକ ୨୮୫.୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୮୩.୧ ମିମି ବର୍ଷା ରେକର୍ଡ ହୋଇଛି ।
