ବୁକୁଫଟା ଦୃଶ୍ୟ, ସହିଦ ସ୍ୱାମୀର ଚିତା ଉପରେ ଶୋଇଗଲେ ପତ୍ନୀ
ବୁଧବାର ଦିନ ସାରା ଦେଶ ଚକିତ ହୋଇଥିଲା । ଛତିଶଗଡ଼ ଦାନ୍ତେୱାଡା ରେ ଘଟିଥିଲା ବର୍ବରକାଣ୍ଡ । ଦାନ୍ତେୱାଡାରେ ନକ୍ସଲ ଆକ୍ରମଣରେ ଅକାରଣେ ଚାଲିଯାଇଥିଲା ୧୦ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ଜୀବନ। କାନ୍ଦ ବୋବାଳିରେ ଫାଟିପଡ଼଼ୁଥିଲା ସାରା ପରିବଶ । ତେବେ ସବୁ ଯବାନ ବସ୍ତର ଅଞ୍ଚଳର ଆଦିବାସୀ ଥିଲେ। ବୁଧବାର ଦିନ ବିସ୍ଫୋରଣରେ ଜୀବନ ଚାଲିଯାଇଥିଲା ୧୦ ଯବାନଙ୍କ ଜୀବନ । ପରେ ଗୁରୁବାର ସବୁ ଯବାନଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ଦାନ୍ତେୱାଡାରେ କାରଲି ପୋଲିସ ଲାଇନରେ ଅନ୍ତିମ ସଲାମି ଦେଇ ଗୁରୁଗ୍ରାମକୁ ପଠାଇ ଦିଆଯାଇଥିଲା । ସହିଦ ଲଖମୁଙ୍କ ମୃତଦେହ ବୀଜାପୁର ଜିଲ୍ଲାରେ ପହଞ୍ଚିବା ମାତ୍ରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ । ହେଲେ ସେହି ସମୟରେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ ।
ଅନ୍ତିମ ସଂସ୍କାର ସମୟରେ ସହିଦଙ୍କ ପତ୍ନୀ ତୁଲେ ମାଡକାମୀ କାନ୍ଦି କାନ୍ଦି ସହିଦଙ୍କ ସ୍ୱାମୀର ଚିତାରେ ଶୋଇପଡ଼ିଥିଲେ ପତ୍ନୀ ତୁଲେ। ବିବାହ ସମୟରେ ଏକାସାଥୀରେ ବଞ୍ଚିବା ମରିବାର କଥା ଦେଇଥିବା ସ୍ୱାମୀ ନିଜେ ଯେତେବେଳେ ଏକାକରି ଛାଡ଼ି ଚାଲିଯାଉଥିଲେ ସେହି ସମୟରେ ପତ୍ନୀ ସେହି କଷ୍ଟକୁ ସହିପାରୁନଥିଲେ। ସେଥିପାଇଁ କାନ୍ଦି କାନ୍ଦି ସ୍ୱାମୀର ଚିତାରେ ଲୋଟି ପଡୁ଼ଥିଲେ ସ୍ତ୍ରୀ । ଏହାକୁ ଦେଖି କାହା ଆଖିରେ ବି ଲୁହ ରହୁନଥିଲା । ଏହି ଦୃଶ୍ୟ ଦେଖି ଗୁମୁରି ଗୁମୁରି କାନ୍ଦୁଥିଲା ପୂରା ଗାଁ। ନିଜ ପାଖରୁ ଅଲଗା କରି ସ୍ୱାମୀକୁ ଛାଡ଼ିବାକୁ ଚାହୁଁନଥିଲା ସ୍ତ୍ରୀ । ଲଖମୁ ୨୯ ଜାନୁଆରୀ ୨୦୧୬ ମସିହାରେ ଡିଆରଜି ରେ ସାମିଲ ହୋଇଥିଲେ । ସହିଦ ଲଖମୁଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛି । ଅନେକ ସର୍ଚ୍ଚ ଅପରେସନ ଲଖମୁଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି।
ବୁଧବାର ହୋଇଥିବା ମାଓ ଆକ୍ରମଣରେ ଥରିଉଠିଛି ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲା । ବୁଧବାର ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣରେ ୧୦ ଜଣ ଯବାନ ଏବଂ ଜଣେ ଗାଡ଼ି ଡ୍ରାଇଭର ପ୍ରାଣ ହରାଇଛନ୍ତି। ମୃତକ ଯବାନ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ବୋଲି ଜଣାପଡ଼ିଛି। ମାଓବାଦୀଙ୍କ ପକ୍ଷରୁ ହୋଇଥିବା ଆଇଇଡ଼ି ବିସ୍ଫୋରଣରେ ଯବାନଙ୍କୁ ନେଇ ଯାଉଥିବା ଗାଡି ଛିନଛତ୍ର ହୋଇଯାଇଥିଲା। ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲାର ଆର୍ନାପୁର ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏହି ଖବର ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଯାଇଥିଲା ମାଓ ଦମନ ଅଭିଯାନ। ଏହି ଅପରେସନ ସାରି ଫେରିବା ବେଳେ ମାଓବାଦୀଙ୍କ ପକ୍ଷରୁ ହୋଇଥିଲା ଆଇଇଡ଼ି ବିସ୍ଫୋରଣ। ଏନେଇ ମିଳିଥିବା ସୂଚନା ମୁତାବକ ଆଇଇଡ଼ି ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିବା ବିସ୍ଫୋରକ ରାସ୍ତାରେ ଲଗାଯାଇଥିଲା।
ଛତିଶଗଡ଼ର ଦାନ୍ତୱାଡା ଜିଲ୍ଲାରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ର ପକ୍ଷରୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କହିଥିଲେ। ଏନେଇ ପ୍ରତିକ୍ରିୟା ରଖି କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଦାନ୍ତେୱାଡା ଜିଲ୍ଲାରେ ହୋଇଥିବା ମାଓବାଦୀ ଆକ୍ରମଣ ଘଟଣାରେ ଆଲୋଚନା ହୋଇଛି। ଦାନ୍ତେୱାଡା ଠାରେ ଛତିଶଗଡ ପୋଲିସ ଉପରେ ହୋଇଥିବା ଭୟଭୀତ ଆକ୍ରମଣରେ ବିବ୍ରତ।
