ବିଶ୍ୱରେ ଆଉ ୩,୦୫,୭୪୧ ସଂକ୍ରମିତ ଓ ୫,୭୮୫ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୧୮ଲକ୍ଷ ୪୮ହଜାର ୪୯୩ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୩୮ହଜାର ୫୫୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୫ହଜାର ୭୪୧ଜଣ ସଂକ୍ରମିତ ହୋଇଥିବାବେଳେ ୫ହଜାର ୭୮୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୧୮ଲକ୍ଷ ୪୮ହଜାର ୪୯୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୩୮ହଜାର ୫୫୬ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୬୩ଲକ୍ଷ ୬୧ହଜାର ୪୯୬ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୫ଲକ୍ଷ ୪୮ହଜାର ୪୪୧ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୪ଲକ୍ଷ ୯୪ହଜାର ୫୭୫ ସଂକ୍ରମିତ ଓ ୬ଲକ୍ଷ ୧୯ହଜାର ୭୬୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୪ଲକ୍ଷ ୨୦ହଜାର ୫୯୮ ସଂକ୍ରମିତ ଓ ୫ଲକ୍ଷ ୧୩ ହଜାର ୫୪୪ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୭୦ ହଜାର ୦୨୧ ସଂକ୍ରମିତ ଓ ୧ ଲକ୍ଷ ୩୩ ହଜାର ୨୮୨ ମୃତ, ଋଷିଆରେ ୫୪ ଲକ୍ଷ ୫୧ ହଜାର ୨୯୧ ସଂକ୍ରମିତ ଓ ୧ଲକ୍ଷ ୩୩ ହଜାର ୨୮୨ ମୃତ, ତୁର୍କୀରେ ୫୪ ଲକ୍ଷ ୯ ହଜାର ୨୭ ସଂକ୍ରମିତ ଓ ୪୯ ହଜାର ୫୭୬ ମୃତ, ୟୁକେରେ ୪୭ ଲକ୍ଷ ୩୨ ହଜାର ୪୩୪ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୧୦୦ ମୃତ, ଆର୍ଜେଣ୍ଟିନାରେ ୪୪ ଲକ୍ଷ ୫ ହଜାର ୨୪୭ ସଂକ୍ରମିତ ଓ ୯୨ ହଜାର ୫୬୮ମୃତ, ଇଟାଲିରେ ୪୨ ଲକ୍ଷ ୫୮ ହଜାର ୬୯ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୪୭୨ମୃତ, କଲୋମ୍ବିଆରେ ୪୧ ଲକ୍ଷ ୫୮ ହଜାର ୭୧୬ ସଂକ୍ରମିତ ଓ ୧ ଲକ୍ଷ ୪ ହଜାର ୬୭୮ମୃତ, ସ୍ପେନରେ ୩୭ ଲକ୍ଷ ୮୨ ହଜାର ୪୬୩ ସଂକ୍ରମିତ ଓ ୮୦ ହଜାର ୭୭୯ ମୃତ ରହିଛନ୍ତି ।
