ସାମାଜିକ, ଆର୍ଥିକ ଏବଂ ଜାତି ଭିତିକ ଜନଗଣନାର ଦାବି କଲା କଂଗ୍ରେସ
ନୂଆଦିଲ୍ଲୀ : ସୋମବାର କଂଗ୍ରେସ ଦଳ କହିଛି ଯେ ସାମାଜିକ, ଅର୍ôଥକ , ଏବଂ ଜାତି ଆଧାରରେ ଜନଗଣନା ହେବା ଆବଶ୍ୟକ । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ । ପାର୍ଟି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାତି ଆଧାରରେ ଜନଗଣନା ଦାବି କରିଛନ୍ତି । କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଧ୍ୟାନ ଦେବା ଉଚିତ୍ । ଏହା ଲୋକଙ୍କ ସ୍ୱାର୍ଥ ସହ ଜଡିତ ଏକ ବିଷୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ସମସ୍ତ ପ୍ରକାର ତଥ୍ୟ ଲୁଚାଇବାକୁ ଚାହୁଁଛନ୍ତି । ଏହା କରିବା ଦେଶର ସ୍ୱାର୍ଥରେ ନୁହେଁ । କେନ୍ଦ୍ର ସରକାରଙ୍କ ଏହି ମନୋଭାବକୁ କଂଗ୍ରେସ ବିରୋଧ କରୁଛି ।
