ମହାରାଷ୍ଟ୍ର ଭୂଷଣ ପୁରସ୍କାର ବିତରଣ ଉତ୍ସବରେ ଗରମରେ ୧୨ ମୃତ, ୧୦୦ ରୁ ଅଧିକ ଅସୁସ୍ଥ
ମୁମ୍ବାଇ : ରାୟଗଡ ଜିଲ୍ଲାର ନବୀ ମୁମ୍ବାଇରେ ମହାରାଷ୍ଟ୍ର ଭୂଷଣ ପୁରସ୍କାର ବିତରଣ ଉତ୍ସବରେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ସୋମବାର ଏମଜିଏମ ପନଭେଲ, ଏମଜିଏମ ଭାସି, ଡିଏ ପାଟିଲ, ଟାଟା ହସ୍ପିଟାଲ ଭଳି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଭୀର ଦୁୃଃଖ ପ୍ରକାଶ କରିଛନ୍ତି । ସେ ପ୍ରତ୍ୟେକ ମୃତକଙ୍କ ନିର୍ଭରଶୀଳଙ୍କୁ ୫ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଘୋଷଣା କରିଛନ୍ତି । ସମସ୍ତ ରୋଗୀଙ୍କୁ ସରକାରୀ ଖର୍ଚ୍ଚରେ ଚିକିତ୍ସା କରାଯିବ । ଏସବୁର ଚିକିତ୍ସା ସମନ୍ୱୟ ରକ୍ଷା କରିବା ପାଇଁ ସଚିବ ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
