ଅଷ୍ଟମ ବୈଶାଖୀ ମହୋତ୍ସବ ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ସହର ଉପକଣ୍ଠ ଈଶାଣୀ ଲବଣ ସତ୍ୟାଗ୍ରହ ସ୍ମାରକୀ ଷ୍ଟାଡିୟମ୍ରେ ବୈଶାଖୀ ମହୋତ୍ସବର ଅଷ୍ଟମ ସଂସ୍କରଣ ଉଦ୍ଯାପିତ ହୋଇଛି । ଏହି ଅବସରରେ ଉଡ଼ା ଉତ୍ସବର ଉଦ୍ଘାଟକ ପ୍ରାକ୍ତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ରହି ମେଳାରେ ସମବେତ ହଜାର ହଜାର ଶ୍ରଦ୍ଧାଳୁମାନଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ବାଲେଶ୍ୱର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଚାନ୍ଦିପୁର ଠାରୁ ଈଶାଣୀ, ଇଞ୍ଚୁଡ଼ୀ, ଇରମ ପର୍ଯ୍ୟନ୍ତ ଜନଗଣଙ୍କର ଦୁଃସାହସୀ ସଂଗ୍ରାମୀ ପୂର୍ବଜଙ୍କୁ ମନେପକାଇ ସ୍ୱତଃ ଭାବୋଚ୍ଛ୍ୱାସ ପ୍ରକାଶ କରିଥିଲେ । ଆମମାନଙ୍କ ଐତିହ୍ୟ ହିଁ ଏହି ଅଞ୍ଚଳକୁ ଭାରତ ମାନଚିତ୍ରରେ ଯୁଗଯୁଗକୁ କେବଳ ଇତିହାସ ହୋଇ ରହିଯିବନି ଅଧିକନ୍ତୁ ଆମମାନଙ୍କୁ ଚିରଦିନ ପାଇଁ ପ୍ରେରଣା ଯୋଗାଇ ରଖିଥିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅନ୍ୟତମ ଉଦ୍ୟୋକ୍ତା ସତ୍ୟନାଥ ମାଝୀଙ୍କୁ ତାଙ୍କ ଅବର୍ତ୍ତମାନରେ ମରଣୋତ୍ତର ସମ୍ମାନ ଓ ଈଶାଣୀ ପଡ଼ିଆର ପ୍ରାରମ୍ଭିକ ଉଦ୍ଧାର ସହାୟତାକାରୀ ସେଖ୍ ସାହାଜାହାନ୍ ହୋସେନ୍ଙ୍କୁ ଉଦ୍ଘାଟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ଉଦ୍ଯାପନୀ ଉତ୍ସବ ଅବସରରେ ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଆଇନଜୀବୀ ରବୀନ୍ଦ୍ର କୁମାର ନାୟକ ପୌରୋହିତ୍ୟ କରିଥିଲେ । ମୁଖ୍ୟବକ୍ତା ଭାବରେ ବ୍ରିଟ୍ର ପ୍ରାକ୍ତନ ଅଧ୍ୟକ୍ଷ ଗୌରୀ କୁମାର ରାଉତ ନିଜ ଅଞ୍ଚଳର ବିକାଶର ଧାରା ନିରବଚ୍ଛିନ୍ନ ରହି ଆସିବାର ବିଶ୍ୱାସ ପ୍ରକଟ କରିଥିଲେ । ସମ୍ମାନିତ ଅତିଥି ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ ସଭାପତି ସୂର୍ଯ୍ୟକୁମାର କର, ବିଜେଡି ଜିଲା ଛାତ୍ର ସଭାପତି ସିମନ୍ କୁମାର ମହାପାତ୍ର, ବିଶିଷ୍ଟ ଉଦ୍ୟୋଗପତି ମୌସୁମ କୁମାର ସିଂହ, ବୈଶାଖୀ ମହୋତ୍ସବର ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତି ଏବଂ ସାଧାରଣ ସମ୍ପାଦକ ଭାଗବତ ସାହୁ ବୈଶାଖୀ ମହୋତ୍ସବ ସଂକ୍ରାନ୍ତୀୟ ନିଜନିଜର ଅଭିବ୍ୟକ୍ତି ରଖିଥିଲେ । ଉଦ୍ଯାପନୀ ଉତ୍ସବରେ କବି ଶ୍ରୀଦେବ ସ୍ୱାଗତ ସଂଭାଷଣ ରଖିଥିଲାବେଳେ ସଦସ୍ୟ ବାସ୍ତବ ସାହୁ ଅତିଥିବର୍ଗ ଓ ସମବେତ ଶ୍ରଦ୍ଧାଳୁମାନଙ୍କୁ କୋଟିପ୍ରଣାମ ଜଣାଇ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମଗ୍ର ମହୋତ୍ସବକୁ ମନ୍ମଥ ମାଝୀ, ସନାତନ ବେହେରା, ପ୍ରଫୁଲ୍ଲ ନାୟକ, ରମେଶ ବେହେରା, ଡମ୍ବରୁଧର ଦାସ, ଅଂଜନ ଦାସ, ସାର୍ଥକ ସାହୁ, ଦୀନବନ୍ଧୁ ଦାସ, ହିମାଂଶୁ ପରିଡ଼ା, ଜଳଧର ଦାସ, ରାଜେନ୍ଦ୍ର ଦାସ, ମନୋଜ ଦାସ, ବିଶ୍ୱନାଥ ଦାସ, ସିଦ୍ଧାର୍ଥ ଶଙ୍କର ସାହୁ, ଦୀନବନ୍ଧୁ ବେହେରା, ରାମଚନ୍ଦ୍ର ଦାସ, ଶିବାନୀ ଶଙ୍କର ଦାସ, ସର୍ବେଶ୍ୱର ଦାସ, ଜଗନ୍ନାଥ ଦାସ, ମହେନ୍ଦ୍ର ମହାଳିକ, ସୁକାନ୍ତ ନାୟକ, ରବୀନ୍ଦ୍ର ମଢ଼ୁଆଳ, କରୁଣାକର ବିଶ୍ୱାଳ, ପଞ୍ଚାନନ ଦାସ, ବିଦ୍ୟାଧର ସାହୁ, ଗୌରାଙ୍ଗ ସାହୁ, ସାରିକା କର, ମମତା ଦାସ, ଜୟନ୍ତୀ ନାୟକ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟମାନେ ସହଯୋଗ କରିଥିଲେ ।
