ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଜେଲ ଗଲେ ଅଭିଯୁକ୍ତ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଜାମୁନିଆ ଗ୍ରାମର ଯୁବକ ନରହରି ଲେଙ୍କାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ବୈଶିଙ୍ଗା ଥାନା ବାମଡ଼ା ଗ୍ରାମର ସର୍ବେଶ୍ୱର ସ୍ୱାଇଁ ଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି ।
ଗତ ମାର୍ଚ୍ଚ ୨୩ ତାରିଖରେ ଅଭିଯୋଗକାରୀ ନରହରି ଲେଙ୍କା ତାଙ୍କ ମାମୁଁଙ୍କ ସହ ରୂପସା-ବୈଶିଙ୍ଗା ରାସ୍ତାର ସରକାରୀ ବିଦେଶୀ ମଦ ଦୋକାନ ନିକଟରେ ଯାଉଥିବା ବେଳେ ସର୍ବେଶ୍ୱର ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ମୁଣ୍ଡରେ ପଥର ଛେଚି ହତ୍ୟା ଉଦ୍ୟମ କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରୂପ୍ସା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏ ସଂକ୍ରାନ୍ତରେ ଏକ ମାମଲା (ନଂ. ୩୦/୨୩) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା । ଆଇଆଇସି ପ୍ରଫୁଲ୍ଲ ମଲ୍ଲିକ ସଦଳବଳେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ଗିରଫ କରିବାରେ ସମର୍ଥ ହୋଇଥିଲେ ।
