ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ବନ୍ଦ ପାଇଁ ଷଡଯନ୍ତ୍ର
ଖଇରା : ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରା ବଜାରରେ ଗୋଟିଏ ମାତ୍ର ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଥିବା ବେଳେ ବେଆଇନ ଭାବେ ଶହ ଶହ ସଂଖ୍ୟାର ଚୋରା ମଦ ଦୋକାନ ଚାଲୁଅଛି । ଉକ୍ତ ସରକାରୀ ମଦ ଦୋକାନକୁ ମଦ କରିବା ପାଇଁ ବାକି ଚୋରା ବ୍ୟବସାୟୀ ମାନେ ଖୋଲିବା ଦିନ ଠାରୁ ବିଭିନ୍ନ ଆଳରେ ବିରୋଧ କରାଯାଇଛି । ଏଭଳି ମିଥ୍ୟା ଆରୋପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଇରା ଅଞ୍ଚଳର ଜନସାଧାରଣ ଅବକାରୀ ଅଧିକ୍ଷକଙ୍କ ନିକଟରେ ଦାବୀ କରିଛନ୍ତି । ନିକଟରେ ଅଭିଯୋଗକାରୀ ମାନେ ଉକ୍ତ ମଦ ଦୋକାନ ନିକଟରେ ସ୍କୁଲ,ମନ୍ଦିର ଓ ସ୍ୱାସ୍ଥ୍ୟକେନ୍ଦ୍ର ଥିବା,ଦୋକାନ ଅଧିକାଂଶ ସମୟ ବନ୍ଦ ରହୁଥିବା ଏବଂ ମଦ ନିୟମିତ ଉଠାଯାଉଥିବା,ବିହାରୀ ବ୍ୟବସାୟୀକୁ ଅନୁକମ୍ପା ପ୍ରଦର୍ଶନ,ନକଲି ମଦ ପ୍ରସ୍ତୁତି ହେଉଥିବା ନେଇ ଅଭିଯୋଗ କରାଯାଉଥିବା ବେଳେ ଏହାକୁ ଖଣ୍ଡନ କରାଯାଇଛି । ସମସ୍ତ ସରକାରୀ ନିୟମ ମଧ୍ୟରେ ଏହା କରାଯାଇଥିବା ନେଇ କୁହାଯାଉଛି । ଏ ସମ୍ପର୍କରେ ଖଇରା ଅବକାରୀ ଥାନା ଅଧିକାରିଣୀ କଳ୍ପନା ଜେନାଙ୍କୁ ଯୋଗାଯୋଗ କରିବାରେ ସମସ୍ତ ସରକାରୀ ନିୟକ କୁ ଅନୁଧ୍ୟାନ ପରେ ଲାଇସେନ୍ସ୍ ପ୍ରଦାନ କରାଯାଇଛି । ଏଥିରେ କୌଣସୀ ବଡ ଅଧିକାରୀଙ୍କ ହାତ ନଥିବା ଏବଂ କୌଣସୀ ଲୋକଙ୍କ ଚାପରେ କରାଯାଇନଥିବା କହିଛନ୍ତି ।
