ମୁମ୍ବାଇରେ ତିନି ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ମିଥ୍ୟା ସୂଚନା ଦେଇଥିବା ବ୍ୟକ୍ତି ଗିରଫ
ମୁମ୍ବାଇ : ମୁମ୍ବାଇରେ ତିନି ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ମିଥ୍ୟା ସୂଚନା ଦେଇଥିବା ବ୍ୟକ୍ତିକୁ ଅହମ୍ମଦନଗର ଜିଲ୍ଲାରୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସର ଟିମ୍ । ଗିରଫ ବ୍ୟକ୍ତିକୁ ମୁମ୍ବାଇର ଆଜାଦ ମୈଦାନ ଥାନା ପୋଲିସକୁ ହସ୍ତାନ୍ତର କରିଛି ଏଟିଏସ । ପୋଲିସ ପକ୍ଷରୁ ଏନେଇ ଅଧିକ ଛାନଭିନ୍ ଜାରୀ ରହିଛି ।ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଅସିନ ସୈୟଦ ନାମକ ଏହି ବ୍ୟକ୍ତି ଗତ ୭ ତାରିଖରେ ମୁମ୍ବାଇରେ ତିନି ଆତଙ୍କବାଦୀ ଅନୁପ୍ରବେଶ କରିଥିବା ନେଇ ପୋଲିସ କଂଟ୍ରୋଲ ରୁମ୍ କୁ କଲ୍ କରିଥିଲା । ଅସିନ ପୋଲିସକୁ ଏହା ମଧ୍ୟ କହିଥିଲା ଯେ, ଏହି ତିନି ଆତଙ୍କବାଦୀଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥାର ସହାୟତା ମିଳୁଛି । ଏପରିକି ସେହି ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକର ନାମ ମୁଜିବ ସୈୟଦ ବୋଲି ସେ ପୋଲିସକୁ କହିଥିଲା । ଏହାପରେ ସେ ମୁଜିବର ଗାଡ଼ି ଏବଂ ଏକ ଭୁଲ୍ ମୋବାଇଲ୍ ନମ୍ବର ଦେଇଥିଲା । ଯାହାକୁ ନେଇ ମହାରାଷ୍ଟ୍ର ଏଟିଏସ ଯାଂଚ୍ ଆରମ୍ଭ କରିଥିଲା ।
