ଦୁଇଜଣ କେନ୍ଦ୍ରମନ୍ତ୍ରୀ ଏବଂ ଉପରାଜ୍ୟପାଳଙ୍କ ସହିତ ନୀତିନ ଗଡ଼କରୀ ବୈଷ୍ଣୋଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ
ଜମ୍ମୁ : କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ, ଜିତେନ୍ଦ୍ର ସିଂହ ଏବଂ ବି.କେ. ସିଂ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହିତ ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ରିୟାସି ଜିଲଲାର ତ୍ରିକୁଟା ପାହାଡ଼ ଉପରେ ଅବସ୍ଥିତ ମାତା ବୈଷ୍ଣୋଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ଗଡ଼କରୀ ବର୍ତମାନ ବିଭିନ୍ନ ରାଜମାର୍ଗ ପରିଯୋଜନାର ସମୀକ୍ଷା ପାଇଁ ଜାମ୍ମୁ କାଶ୍ମୀରରେ ଦୁଇଦିନିଆ ଗସ୍ତରେ ଅଛନ୍ତି ।ଅଧିକାରୀମାନେ କହିଛନ୍ତି ଯେ, ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଅନେକ ପ୍ରକଳ୍ପ ଯାଂଚ ଏବଂ ଉଦ୍ଘାଟନ କରିବା ପରେ ନୀତିନ ଗଡ଼କରୀ, ଅନ୍ୟ ଦୁଇଜଣ କେନ୍ଦ୍ର ମନ୍ତ୍ରୀ ତଥା ଉପରାଜ୍ୟପାଳଙ୍କ ସହିତ ମାତା ବୈଷ୍ଣେଦେବୀଙ୍କ ଗୁମ୍ଫା ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିଥିଲେ ।
