ଆଇପିଏଲ-୨୦୨୩ : ମୁମ୍ବାଇକୁ ୧୭୩ ରନର ଟାର୍ଗେଟ୍ ଦେଲା ଦିଲ୍ଲୀ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ଆଜି ୧୬ତମ ମ୍ୟାଚରେ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଜାରି ରହିଥିବା ଏହି ମ୍ୟାଚରେ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ ।
ପୁଣି ଥରେ ଦଳ ପାଇଁ ସଙ୍କଟମୋଚକ ସାଜିଲେ ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର। ଅକ୍ଷର ପଟେଲଙ୍କୁ ସାଥୀ କରି ଦିଲ୍ଲୀ ଡେୟାର ଡେଭିଲ୍ସକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ତେବେ ଶେଷ ଭାଗରେ ବ୍ୟାଟିଂ ବିପର୍ଯ୍ୟୟ କାରଣରୁ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୯.୪ ଓଭରରେ ୧୭୨ ରନରେ ଅଲଆଉଟ୍ ହୋଇଛି। ଓ୍ବାର୍ଣ୍ଣର ୫୧ ରନର ଇନିଂସ ଖେଳିଥିବା ବେଳେ ଅକ୍ଷର ପଟେଲ୍ ବିସ୍ପୋରକ ୫୪ ରନର ଇନିଂସ ଖେଳିଛନ୍ତି। ୧୯ତମ ଓଭରରେ ଦିଲ୍ଲୀ ୪ ଓ୍ଵିକେଟ୍ ହରାଇବାରୁ ଦଳର ସ୍କୋର ୧୭୨ ରନରେ ସୀମିତ ରହିଛି। ବେହରନଡର୍ଫ ଏବଂ ପୀୟୂଷ ଚାଓ୍ଵଲା ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଜିର ମୁକାବିଲା ଯେଉଁ ଦଳ ଜିତିବ ଚଳିତ ଆଇପିଏଲରେ ଏହା ପ୍ରଥମ ବିଜୟ ହେବ।
ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ଅଧିନାୟକ ଡେଭିଡ୍ ଓ୍ବାର୍ନରଙ୍କ ୫୧ରନ ଓ ଅକ୍ଷର ପଟେଲଙ୍କ ଦ୍ରୁତ ୫୪ ରନ ବଲରେ ନିର୍ଦ୍ଧାରିତ ୧୯.୪ ଓଭରରେ ୧୭୨ରନ କରି ଅଲଆଉଟ୍ ହୋଇଯାଇଥିଲା । ମନୀଷ ପାଣ୍ଡେ ୨୬ ରନ କରିଥିବାବେଳେ ପୃଥ୍ବୀ ଶ ୧୫ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦଳର ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଦିଲ୍ଲୀର ଅଧିନାୟକ ଡେଭିଡ୍ ଓ୍ବାର୍ନର ଆଜି ଲଗାତାର ୩ୟ ଅର୍ଦ୍ଧଶତକ ମାରିଛନ୍ତି । ଏହା ସତ୍ତ୍ବେ ତାଙ୍କର ଷ୍ଟ୍ରାଇକ୍ ରେଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜିର ମ୍ୟାଚରେ ସେ ୪୭ଟି ବଲ ଖେଳି ୫୧ ରନ କରିଥିଲେ । ତାଙ୍କ ତୁଳନାରେ ଅକ୍ଷର ପଟେଲ ମାତ୍ର ୨୫ଟି ବଲରେ ୫୪ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଜେସନ ବେହେରେନଡ୍ରଫ ଓ ପିୟୁଷ ଚାଓ୍ବାଲା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରିଲେ ମେରେଡିଥ ୨ଟି ଓ୍ବିକେଟ ନେଇଥିବାବେଳେ ହ୍ରିତିକ ସୋକିନ ଗୋଟିଏ ଓ୍ବିକେଟ ନେଇଥିଲେ ।
