ଆଇପିଏଲ-୨୦୨୩ : ଲକ୍ଷ୍ନୌ ଆଗରେ ୨୧୩ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର୍
ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ରବିବାର ୧୫ତମ ମ୍ୟାଚ ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଇଥିଲା । ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମୁହାଁମୁହିଁ ହୋଇଥିଲେ । ମ୍ୟାଚରେ ଲକ୍ଷ୍ନୌ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରସିବି ବ୍ୟାଟିଂ କରିବାକୁ ପଡିଆ ଓହ୍ଲାଇଥିଲା। ତେବେ ଆରସିବି ୨୦ ଓଭରରେ ୨ ଉଇକେଟ୍ ହରାଇ ୨୧୨ ରନ୍ କରିଛି। ଫଳରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ୨୧୩ ରନ୍ର ବିଜୟ ଲକ୍ଷ୍ୟ ରହିଛି।
ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ୨୦ ଓଭରରେ ମାତ୍ର ୨ଟି ଓ୍ବିକେଟ ହରାଇ ୨୧୨ରନ କରିଥିଲା । ଦଳର ଦୁଇ ଓପନର ବିରାଟ କୋହଲି ଓ ଫାଫ ଡୁପ୍ଲେସିସ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୬ରନ କରିଥିଲେ । କୋହଲି ୬୧ ରନ କରିଥିବାବେଳେ ଡୁପ୍ଲେସିସ ମାତ୍ର ୪୬ଟି ବଲରେ ୭୯ରନ କରିଥିଲେ । ସେ ୫ଟି ଛକା ଓ ୫ଟି ଚୌକା ମାରିଥିଲେ । କୋହଲି ଆଉଟ ହେବା ପରେ ଆସିଥିବା ଗ୍ଲେନ ମାକ୍ସଓ୍ବେଲ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୯ଟି ବଲରୁ ୫୯ରନ କରିଥିଲେ । ସେ ୬ଟି ଛକା ଓ ୩ଟି ଚୌକା ମାରିଥିଲେ । ଲକ୍ଷ୍ନୌ ପକ୍ଷରୁ ଅମିତ ମିଶ୍ରା ଓ ମାର୍କ ଉଡ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
