ବିଶ୍ୱ ହୋମିଓପ୍ୟାଥି ଦିବସ ଅବସରରେ ବୈଜ୍ଞାନିକ ସମ୍ମିଳନୀର ଆୟୋଜନ ଆସନ୍ତା କାଲି
ନୂଆଦିଲ୍ଲୀ : ବିଶ୍ୱ ହୋମିଓପ୍ୟାଥି ଦିବସ ଅବସରରେ ଆୟୁଷ ମନ୍ତ୍ରଣାଳୟ ବୈଜ୍ଞାନିକ ସମ୍ମିଳନୀର ଆୟୋଜନ କରିବ । ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବ ହୋମିଓପ୍ୟାଥି ଅନୁସନ୍ଧାନ ପରିଷଦ ପକ୍ଷରୁ ଏହି ଆୟୋଜନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି । ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ସମ୍ମିଳନୀର ଉଦଘାଟନ କରିବେ । କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।
