ଲିଗାଲ ଏଡ କାଉନସିଲ ପକ୍ଷରୁ ଆଇନ ସଚେତନତା ଉପରେ ଆଲୋଚନା
କଟକ : ରାଜ୍ୟସ୍ତରୀୟ ଆଇନ ସେବା ସଂଗଠନ ଲିଗାଲ ଏଡ କାଉନସିଲ ପକ୍ଷରୁ ଆଇନ ସେବା ଓ ଜନ ସଚେତନତା ଉପରେ ଆଲୋଚନା ସଭା ଆଇନଜୀବୀ ଦୁଃଖୀଶ୍ୟାମ ଦାସଙ୍କ ଅଧ୍ୟକ୍ଷତାରେ ଚହଟାସ୍ଥିତ ଚହଟେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ବିଚାରପତି ରତିକାନ୍ତ ମହାପାତ୍ର ଏହାକୁ ଉଦଘାଟନ କରି ସମାଜରେ ଦଳିତ. ନିିଷ୍ପେସିତ ଓ ଦରିଦ୍ର ଜନତାଙ୍କୁ ମାଗଣାରେ ଆଇନ ସେବା ସହାୟତା କ୍ଷେତ୍ରରେ ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୁମିକା ନେଇଛି ବୋଲି କହିବା ସହିତ ଆଇନ ସେବା ଓ ଜନ ସଚେତନତା ଉପରେ ବକ୍ତବ୍ୟ ରଖିଥିଲେ । ସଂପାଦକ ଆଇନଜୀବୀ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲା ବେଳେ ପଣ୍ଡିତ ଦିଲ୍ଲିପ କୁମାର ସାବତ ଶିବସ୍ତୁତି ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଅଜୟ କୁମାର ବରାଳ, ସନାତନ ଦାସ, କିଶୋର ଚନ୍ଦ୍ର ସ୍ୱାଇଁ, ଅଶୋକ କୁମାର ଦଳାଇ, ଆଲୋକ କୁମାର ପଣ୍ଡା, ନରେନ୍ଦ୍ର ସାହୁ, ସୈାମ୍ୟସାରଥୀ ଦାସ, ରଂଜନ ବେହେରା, ସ୍ୱର୍ଣ୍ଣପ୍ରଭା ସାହୁ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଚେତନା ପ୍ରିୟଦର୍ଶିନୀ, ଗୈାରୀଶଙ୍କର ନନ୍ଦ, ହରେକୃଷ୍ଣ ନାୟକ, ଦିଲ୍ଲିପ ରାୟଚୈାଧୁରୀ, ଅନିତା ସାହୁ, ସୁନିତା ସାହୁ, ମାନସୀ ପଣ୍ଡା ପ୍ରମୁଖ ଯୋଗଦେଇ ଆଇନ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କବୀର ଜେନା ଧନ୍ୟବାଦ ଦେଇଥିଲେ ।
